Latest Odisha News

BREAKING NEWS

ବିଚ୍‌ ରାସ୍ତାରେ ସ୍କୁଟି ଉପରେ ପ୍ରେମୀଯୁଗଳଙ୍କ ରୋମାନ୍ସ, ଭିଡିଓ ହେଉଛି ଭାଇରାଲ

ଲକ୍ଷ୍ନୌ : ସବୁ ସୀମା ପାର୍‌ କଲେ ପ୍ରେମୀ ଯୁଗଳ । ନାଁ ମୁହଁରେ ଲଜ୍ଜା ଅଛି ନାଁ ରହିଛି ଟ୍ରାଫିକ୍‌ ନିୟମର ଭୟ । ବିଚ୍‌ ରାସ୍ତାରେ, ସେ ପୁଣି ସ୍କୁଟି ଉପରେ ପ୍ରେମିକ କୋଳରେ ବସିଛି ପ୍ରେମିକା । ଦ୍ରୁତ ଗତିରେ ଚାଲିଛି ବାଇକ୍‌  । ଏଭଳି ରୋମାନ୍ସ କରୁଥିବା ଏହି ପ୍ରେମୀ ଯୁଗଳଙ୍କ ଭିଡିଓ ୟୁପି ହରଦୋଇର ବୋଲି ଜଣାପଡ଼ିଛି  ।

ପ୍ରଥମେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍କୁଟି ଉପରେ ରୋମାନ୍ସ କରିବାର ଭିଡିଓ ଭାଇରାଲ ହେବା ପରେ ଏବେ ହରଦୋଇରୁ ବି ସମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ କୋଳରେ ବସାଇ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳୁଛି। ଏବେ ପୋଲିସ ବାଇକ୍‌ ନମ୍ବର ଆଧାରରେ କପଲ୍‌ଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ରାସ୍ତାରେ ଯାଉଥିବା ବେଳେ ଯୁବକ, ଯୁବତୀ ରୋମାନ୍ସ କରୁଥିବା ଦେଖାଯାଉଛି।

ରାସ୍ତା ମଝିରେ ବାଇକ୍‌ ଉପରେ ରୋମାନ୍ସର ଏହି ଭିଡିଓକୁ ପଛରେ ଯାଉଥିବା ଜଣେ କାର୍‌ ଚାଳକ ରେକର୍ଡ କରିଥିଲେ। ପରେ ସେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହା ପୂର୍ବରୁ ଲକ୍ଷ୍ନୌରେ ମଧ୍ୟ ସ୍କୁଟି ଏବଂ କାର୍‌ ଭିତରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏବେ ପୁଣି ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଗାଡ଼ି ନମ୍ବର ଆଧାରରେ ଉଭୟଙ୍କୁ ଖୋଜିବାରେ ଲାଗି ପଡ଼ିଛି। ଏନେଇ କପଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ କହିଛି ।

 

Comments are closed.