Latest Odisha News

BREAKING NEWS

ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଗରିବମାନଙ୍କ ପାଇଁ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ । ଶ୍ରମିକମାନଙ୍କ ପାଇଁ ସେ ରାସ୍ତାକୁ ଓହ୍ଲାଇ ଥିଲେ । ସୋନୁ ସୁଦ ପରଦାରେ ହିରୋ ହେବା ସହ ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ର୍ତ୍ତମାନ ସେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ବଡ ଥାଳି ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅସୁବିଧାରେ ଥିବା ଲୋକଙ୍କ ପାଖରେ ସୋନୁ ଦେବଦୂତ ସାଜି ପହଞ୍ଚି ଥାଆନ୍ତି। ଏହି କ୍ରମରେ ଦେଶର ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’ ରଖାଯାଇଛି ବୋଲି ଖବର ମିଳିଛି । ସୋସିଆଲ ମିଡିଆରେ ସୋନୁ ସୁଦ ନିଜେ ଏହି ଥାଳିର ଫଟୋ ସେୟାର କରିଛନ୍ତି ।

ଫଟୋରେ ଥିବା ଥାଳି ଏକ ସାଧାରଣ ଥାଳି ନୁହେଁ। ଏହା ଦେଶର ସବୁଠାରୁ ବଡ଼ ଥାଳି ବୋଲି କୁହାଯାଉଛି। ଏହି ଥାଳିରେ ଏକା ସାଙ୍ଗରେ ୨୦ଜଣ ବସି ଖାଇ ପାରିବେ। ସୋନୁଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଇଛନ୍ତି ହାଇଦ୍ରାବାଦର ଜିସମତ ଜେଲମଣ୍ଡି । ସୋନୁ ସୁଦଙ୍କ ନାମରେ ‘ଇଣ୍ଡିଆଜ ବିଗେଷ୍ଟ ପ୍ଲେଟ’ର ନାମ ରଖାଯାଇଛି।

Leave A Reply

Your email address will not be published.