Latest Odisha News

କାରରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଯୁବକଙ୍କୁ ଗିରଫ କଲା ଅବକାରୀ ବିଭାଗ

ଅନୁଗୁଳ: ଅବକାରୀ ବିଭାଗକୁ ପୁଣି ସଫଳତା। କାରରେ ଗଞ୍ଜେଇ ଚାଲାଣ ବେଳେ ମାଡି଼ ବସିଲା ଅବକାରୀ ବିଭାଗ। ଏହି ଘଟଣାରେ ୪୫ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଘଟଣାଟି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘଟିଛି। ସୂଚନା ଅନୁସାରେ ବୌଦ୍ଧରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ବୌଦ୍ଧ-ଆଠମଲ୍ଲିକ ରାସ୍ତାରେ ଜଗି ବସିଥିଲା। ଏହି କାରରେ ଦୁଇଜଣ ବେପାରୀ ଗଞ୍ଜେଇ ନେଇ ଆସୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ଅବକାରୀ ବିଭାଗ।

ତେବେ ଅବକାରୀ ବିଭାଗକୁ ଦେଖି କାରଟି ଦ୍ରୁତ ଗତିରେ ଫେରାର ହୋଇ ଯିବାକୁ ଚେଷ୍ଟା କରିଥିଲା। ଅବକାରୀ ବିଭାଗ କର୍ମଚାରୀମାନେ କାରକୁ ଗୋଡ଼ାଇଥିଲେ। ଶେଷରେ ଆଠମଲ୍ଲିକ ଗାନ୍ଧୀ ଛକଠାରେ କାରଟିକୁ ଅଟକାଇବାରେ ସଫଳ ହୋଇଥିଲେ। ଯାଞ୍ଚ ବେଳେ କାରରୁ ଦୁଇଟି ପ୍ୟାକେଟରେ ୪୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ବୌଦ୍ଧ ଜିଲ୍ଲା ଉଦୟପୁରର ସୁଶାନ୍ତ ମହନନ୍ଦିଆ ଓ ସୁଶୀଲ ମହନନ୍ଦିଆ ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.