Latest Odisha News

BREAKING NEWS

ବାଂଲାଦେଶ ଗସ୍ତରୁ ଓହରିଲେ ସାମି

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମି ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ରବିବାରଠାରୁ ଆରମ୍ଭ ହେବ । ସାମିଙ୍କ ଅନୁପସ୍ଥିତିରେ ମୁକେଶ କୁମାର ଓ ନବଦୀପ ସୈନୀଙ୍କ ମଧ୍ୟରେ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ । ଟି୨୦ ବିଶ୍ୱକପରୁ ଫେରିବା ପରେ ଅଭ୍ୟାସ ସେଶନରେ ସାମି ଆଘାତପ୍ରାପ୍ତ ହୋଇଥିଲେ । ସାମି ଦଳରୁ ଓହରିଯିବା ପରେ ଉମରାନ ମଲିକଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ସାମି ଆଗକୁ ଟେଷ୍ଟ ସିରିଜରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରାଯାଇନି । ପୂର୍ବରୁ ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ଡିସେମ୍ବର ୩, ୭ ଓ ୧୦ରେ ୩ଟି ଯାକ ଦିନିକିଆ ଖେଳାଯିବ । ସେହିପରି ୧୪ରୁ ଢାକାରେ ପ୍ରଥମ ଟେଷ୍ଟ ଓ ୨୨ରୁ ଚଟ୍ଟଗାଁଓରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

ବାଂଲାଦେଶ ସିରିଜ ପାଇଁ ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟୀଦାର, ଶ୍ରେୟାଶ ଆୟାର, ରାହୁଲ ତ୍ରିପାଠୀ, ରିଷଭ ପନ୍ତ, ଈଶାନ କିଶା. ଶାହାବାଜ ଅହମ୍ମଦ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ, ମହମ୍ମଦ ସିରାଜ, ଦୀପକ ଚହର ଓ କୂଲଦୀପ ସେନ ।

Comments are closed.