Latest Odisha News

BREAKING NEWS

ଶନୟା କପୁର କରୋନା ପଜିଟିଭ

ମୁମ୍ବାଇ: ମା ମହିପ କପୁରଙ୍କ ପରେ ଝିଅ ଶନୟା କପୁର ବି କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଘୋଷଣା କରିଛନ୍ତି। କରଣ ଜୋହରଙ୍କ ଘରେ ରାତ୍ରୀ ଭୋଜନରେ ଯୋଗଦେବା ପରେ ତାଙ୍କ ମା ମହିପ କପୁର କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ।

ସେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସ୍ରୋର କରିଛନ୍ତି ଯେ “ମୁଁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛି। ମୋର ସାମାନ୍ୟ ଲକ୍ଷଣ ଅଛି, କିନ୍ତୁ ମୁଁ ସୁସ୍ଥ ଅନୁଭବ କରୁଛି। ଚାରି ଦିନ ପୂର୍ବରୁ ମୋର କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିଥିଲା କିନ୍ତୁ କିନ୍ତୁ ଏବେ ରିପୋର୍ଟ ପଜିଟିଭ ଆସିଛି। ମୁଁ ଡାକ୍ତରଙ୍କ ଦିଆଯାଇଥିବା ପ୍ରୋଟୋକଲ୍ ଅନୁସରଣ କରୁଛି। ଯଦି ଆପଣ ମୋ ସଂସ୍ପର୍ଶରେ ଆସିଛନ୍ତି ତେବେ କୋଭିଡ୍‌ ଟେଷ୍ଟ କରିବାକୁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.