ଭୁବନେଶ୍ବର: ଶନିଦେବ ମାର୍ଚ୍ଚ ୨୯ରେ ରାଶି ପରିବର୍ତ୍ତନ ସହ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବେ । ୨୯ ମାର୍ଚ୍ଚରେ ଚୈତ୍ର କୃଷ୍ଣ ଅମାବାସ୍ୟା ସହ ଶନିବାର। ତେବେ ଶନିବାର ଅମାବାସ୍ୟା ପଡିଲେ ଏହାକୁ ଶନିଶ୍ଚର ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ।
ଗ୍ରହ ଦୋଷ ,ଶନି ମହାଦଶା, ସାଢେସାତୀ, ଦୈତ୍ୟ କଷ୍ଟରୁ ମୁକ୍ତି ପାଇବା ପାଇଁ ଶନି ଅମାବାସ୍ୟାରେ ଏହି ଉପାୟ ଆପଣାନ୍ତୁ । ଏଥିସହ ଶନିଦେବଙ୍କ ବିଶେଷ କୃପା ମଧ୍ୟ ପ୍ରାପ୍ତି ହେବ ।
-ଏହି ଦିନ ଅସହାୟଙ୍କୁ ଭୋଜନ ଦାନ କରନ୍ତୁ ।
-ଶନି ଅମାବାସ୍ୟାରେ ଶନି ଦେବଙ୍କ ସହ ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ । ଏଥିସହ ହନୁମାନ ଚାଳିଶା, ସୁନ୍ଦରକାଣ୍ଡ ପାଠ କରନ୍ତୁ । ଶନିଙ୍କ ସରଳ ମନ୍ତ୍ର ଜପ କରନ୍ତୁ।
-ଶନିବାର ଦିନ କୋଇଲା, ଲୁହା ବାସନ, କଳା ପୋଷାକ, ବିରି ଡାଲି, କଳା ଚଣା, ଜୋତା, ସୋରିଷ ତେଲ, କମ୍ବଳ, କଳା ରାଶି ଆଦି ନିଜ ସକ୍ଷମ ଅନୁଯାୟୀ ଦାନ କରନ୍ତୁ ।
-ଶନି ଅମାବାସ୍ୟାରେ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହି ଜଳରେ ସାମାନ୍ୟ ଗୁଡ ଓ କଳା ରାଶି ମିଶାଇ ଅର୍ପଣ କରିବେ।
-କଳା ଗାଈଙ୍କୁ ଗୁଡ ଓ ରୁଟି ଅର୍ପଣ କରନ୍ତୁ ।
Comments are closed.