Latest Odisha News

BREAKING NEWS

ଶଙ୍କର ଆଖି ହସ୍ପିଟାଲ ଦାନ କଲା ୨୦୦ ସୁରକ୍ଷା ଚଷମା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମରଝୋଲ ଶଙ୍କର ଚକ୍ଷୁ ହସ୍ପିଟାଲ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କ ପାଇଁ ୨୦୦ ଆଇ ପ୍ରୋଟୋକ୍ସନ ଗ୍ଲାସ୍ ପ୍ରଦାନ କରାଯାଇଛି।

ଶଙ୍କର ଚକ୍ଷୁ ଡାକ୍ତରଖାନାର ଚକ୍ଷୁ ବିଶେଷଜ୍ଞ ଡ. ବି ପି ସାମଲ ଆଜି ଏହି ଚଷମାକୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି।

ପ୍ରତ୍ୟେକ କୋଭିଡ ଯୋଦ୍ଧାଙ୍କୁ କରୋନା ବିରୁଦ୍ଧରେ ଲଢେଇ ସମୟରେ ଉପଯୁକ୍ତ ମାସ୍କ, ଗ୍ଲୋଭସ୍, ପିପିଇ କିଟ୍ ଏବଂ ଆଇ ପ୍ରୋଟୋକ୍ସନ ଗ୍ଲାସ୍ ବ୍ୟବହାର କରିବା ଉଚିତ୍। କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନ ଥିବାରୁ ଅନେକ କୋଭିଡ ଯୋଦ୍ଧା ଆଖି ସୁରକ୍ଷା ଗ୍ଲାସ ପିନ୍ଧିବାରେ ଅସମର୍ଥ ବୋଲି ସୂତ୍ରରୁ ଜଣାପଡିଛି।

 

Comments are closed.