Latest Odisha News

BREAKING NEWS

ଭେଟେରାନ ଅଭିନେତା ବିଜୟ ମହାନ୍ତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ସନ୍ଧ୍ୟାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହାଇଦ୍ରାବାଦରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କ ପରିବାର ଲୋକ ତାଙ୍କୁ ଭୁବନେଶ୍ୱର ଫେରାଇ ଆଣିବାକୁ ଚାହୁଁଥିବାରୁ ଗତ ଜୁନ ୧୪ ତାରିଖରେ ଏକ ସ୍ପେଶାଲ ଆମ୍ବୁଲାନ୍ସ ଯୋଗେ ଆଣିବା ପରେ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ଜୁଲାଇ ୧ତାରିଖରେ ତାଙ୍କୁ ଡିସ୍ ଚାର୍ଜ କରାଯାଇଥିଲେ ସୁଦ୍ଧା ଦୁଇ ଦିନ ପରେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.