Latest Odisha News

BREAKING NEWS

ଚର୍ଚ୍ଚାରେ ୟୁଟ୍ୟୁବର୍ “ସ୍ୱାଗ୍ ୱାଲି ଦାଦି”

ନୂଆଦିଲ୍ଲୀ: କଥାରେ ଅଛି ଇଛା ଶକ୍ତି ଥିଲେ ଉପାୟ ବଳେବଳେ ଆସେ । ଏପରିକି ଦୃଢ ମନୋବଳ ଆଗରେ ହାର ମାନେ ବୟସ ସୀମା । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଜଣେ ୮୫ ବର୍ଷୀୟା ମହିଳା । ପରିଚୟ ଶାନ୍ତା ପିଲ୍ଲାଇ, ହେଲେ ଇଣ୍ଟରନେଟ୍ ତାଙ୍କୁ ଦେଇଛି ସ୍ୱାଗ୍ ୱାଲି ଦାଦିର ପରିଚୟ ।

ଅନେକ ଯୁବାବର୍ଗ ୟୁଟ୍ୟୁବର୍ ହେବାକୁ ସ୍ୱପ୍ନ ଦେଖନ୍ତି । ଏପରିକି ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଦିନ ପରେ ଦିନ ସମୟ ଗଡାଇ ଚାଲନ୍ତି । ହେଲେ ୮୫ ବର୍ଷୀୟା ଶାନ୍ତା ପିଲ୍ଲାଇଙ୍କ କ୍ଷେତ୍ରରେ କିନ୍ତୁ ବ୍ୟତିକ୍ରମ ଘଟିଛି । ପରିଣତ ବୟସରେ ବି ସେ ପାଲଟିଛନ୍ତି ଜଣେ ଜଣାଶୁଣା ୟୁଟ୍ୟୁବର୍ । ୟୁଟ୍ୟୁବ୍ ଚ୍ୟାନେଲର ନାଁ ଦେଇଛନ୍ତି TechifyAt85″

ୟୁଟ୍ୟୁବ୍ ଚ୍ୟାନେଲ କ୍ରିଏଟ କରିବାରେ ଶାନ୍ତାଙ୍କୁ କେହି ଶିଖାନ୍ତୁ ବା ନଶିଖାନ୍ତୁ । ଶାନ୍ତା କିନ୍ତୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ନୂଆନୂଆ ଟେକ୍ନୋଲଜି ସମ୍ପର୍କରେ ଶିକ୍ଷା ଦେଉଛନ୍ତି । ତାଙ୍କ ଚ୍ୟାନେଲର ଆଖିଦୃଶିଆ ସବ୍‌ସ୍କ୍ରାଇବର ନାହାଁନ୍ତି ସତ, ହେଲେ ସୋସିଆଲ ମିଡିଆ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ।

ବେଶି ପୁରୁଣା ନୁହେଁ, ଅଗଷ୍ଟ ମାସରେ ସେ ୟୁଟ୍ୟୁବର୍ ଭାବେ ନିଜ ଯାତ୍ରା ଆରମ୍ଭ କରିଥିଲେ । ସେବେଠୁ ବେଶ ସରଳ ଭାବେ ଇଂରାଜୀ ଭାଷାରେ ଲୋକଙ୍କ ପାଇଁ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏ ଯାବତ ସେ ମାତ୍ର ୫ଟି ଭିଡିଓ ଅପଲୋଡ୍ କରିଥିଲେ ବି ତାଙ୍କ ଦୃଢ ଇଛାଶକ୍ତି ଓ ମନୋବଳକୁ ଆକଳନ କରିବା ଅସମ୍ଭବ ପ୍ରାୟ ।

Leave A Reply

Your email address will not be published.