ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର କୁଳପତି ଶାନ୍ତିଶ୍ରୀ ଧୂଲପଡ଼ି ପଣ୍ଡିତଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଦିଲ୍ଲୀର ଏକ ସେମିନାରରେ “ଡ଼ ବି.ଆର. ଆମ୍ବେଦକର ଥଟ ଅନ ଜେଣ୍ଡର ଜଷ୍ଟିସ: ଡିକୋଡିଂ ଦି ୟୁନିଫର୍ମ ସିଭିଲ କୋଡ଼” ଶୀର୍ଷକରେ ଭଗବାନ ଶିବ ସୁଦ୍ର ଏବଂ କୌଣସି ଦେବତା ବ୍ରାହ୍ମଣ ନୁହନ୍ତି ବୋଲି ସେ କହିଛନ୍ତି।
ଶ୍ମଶାନରେ ସାପଙ୍କ ସହିତ କମ କପଡ଼ାରେ ରହୁଥିବା ଶିବ କେବେ ହେଲେ ବ୍ରାହ୍ମଣ ହୋଇନଥିବେ। ସେ ନିଶ୍ଚିତ ଭାବେ ଏସସି କିମ୍ବା ଏସଟି ହୋଇଥିବେ।
ସେହିପରି ମାଆ ଲକ୍ଷ୍ମୀ, ଶକ୍ତି ଓ ଜଗନ୍ନାଥ ଆଦିବାସୀ ସମ୍ପ୍ରଦାୟର ବୋଲି ଶାନ୍ତିଶ୍ରୀ କହିଛନ୍ତି। ତାହା ହେଲେ ଆମେ କାହିଁକି ଜାତି ନେଇ ବିଭେଦ ସୃଷ୍ଟି କରିବା ବୋଲି ସେ କହିଛନ୍ତି । ଯଦି ଭାରତୀୟ ସମାଜ କିଛି କରିବାକୁ ଚାହୁଁଛି ତାହେଲେ ଜାତିକୁ ଶେଷ କରିବାକୁ ପଡ଼ିବ।
ବ୍ରାହ୍ମଣଙ୍କୁ ବିରୋଧ କରି କିପରି ବୌଦ୍ଧ ଧର୍ମର ଉତଥାନ ନେଇ ମଧ୍ୟ ସେ ବାର୍ତ୍ତା ରଖିଥିଲେ । ରାଜସ୍ଥାନର ନାବାଳକ ଦଳିତ ଯୁବକଙ୍କ ହତ୍ୟା ପ୍ରସଙ୍ଗ ସେ ଏଠାରେ ଉଠାଇ ଏଭଳି ମନ୍ତବ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ, ୯ଟି ଭାଷା ଜାଣିଥିବା ଶାନ୍ତିଶ୍ରୀ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ସେ ଏହି ଅବସରରେ କ୍ଷତ୍ରୀୟଙ୍କୁ ଉଚ୍ଚ ଶ୍ରେଣୀର ବୋଲି ବର୍ଣ୍ଣନା କରିଥିଲେ।
Comments are closed.