Latest Odisha News

BREAKING NEWS

ଗୁଣପୁର ବଜ୍ରକାପ୍ତା ଚାଲାଣ ଘଟଣା: ସଂପୃକ୍ତ ବ୍ୟକ୍ତିଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ଏସଟିଏଫର ଆବେଦନ

ଗୁଣପୁର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଗୁରୁବାର ଦିନ ରାୟଗଡ଼ା ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତି ଥିବା ୨ଜଣ ମହିଳାଙ୍କ ସମେତ ୫ଜଣ ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା ଲାଗି ୩ ଦିନ ରିମାଣ୍ଡରେ ନେବାକୁ ଚାହିଁଛନ୍ତି ।

ଏହି ଘଟଣାରେ ସଂପୃକ୍ତ ରହିଥିବା ଆନ୍ତଃ ଜିଲ୍ଲା ଏବଂ ଆନ୍ତଃ ରାଜ୍ୟ ଚୋରା ବଜ୍ରକାପ୍ତା ଚାଲାଣକାରୀଙ୍କୁ ଠାବ କରିବା ନେଇ ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।

ଏହି ଘଟଣାରେ ଚିହ୍ନିତ ହୋଇଥିବା ଅଭିଯୁକ୍ତ ବ୍ୟକ୍ତିମାନେ ହେଲେ, ଭୁବନେଶ୍ୱରର ବଳରାମ ବେହେରା, ପୁରୀ ବଳଙ୍ଗାର ଆଶୀଷ ଦାଶ, ଯାଜପୁର ବିଂଝାରପୁରର ଅମୂଲ୍ୟ କୁମାର ବାରିକ, ଆନ୍ଧ୍ରପଦେଶ ପଲାସାର ଲକ୍ଷ୍ମୀ ଶବର ଏବଂ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ସୌଭାଗ୍ୟଲକ୍ଷ୍ମୀ ବେହେରା ।

ଗତବର୍ଷ ଡ଼ିସେମ୍ବର ୨୨ ତାରିଖରେ ବସଷ୍ଟାଣ୍ଡ ଅଞ୍ଚଳରୁ ବନବିଭାଗ ଏବଂ ଗୁଣପୁର ପୋଲିସର ମିଳିତ ଚଢଉରେ ୧୦ କେଜି ଓଜନର ଏକ ବଜ୍ରକାପ୍ତା ଏବଂ ଏକ ଚେଭରଲେଟ ବିଟ କାରକୁ ଜବତ କରାଯାଇଥିଲା । ଏହି ଘଟଣାରେ ପୋଲିସ ଟିମ୍ ୫ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ ।

Leave A Reply

Your email address will not be published.