Latest Odisha News

BREAKING NEWS

ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା : କଣ ରହିଛି କଳସ ସ୍ଥାପନର ବିଧି ଓ ଶୁଭ ମୂହୁର୍ତ୍ତ , ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଦେବୀ ପୀଠ  । ଏଥର ୨୨ ଅକ୍ଟୋବରରେ ମହାଷ୍ଟମୀ ପାଳନ ହେବାକୁ ଥିବାବେଳେ ୨୩ ଅକ୍ଟୋବରରେ ମହାନବମୀ ପାଳନ ହେବ  । ଆଜି ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ମାତର ପାର୍ବତୀଙ୍କୁ ଶୈଳପୁତ୍ରୀ କୁହାଯାଏ  । କାରଣ ତାଙ୍କର ପିତା ହେଉଛନ୍ତି ପର୍ବତ ରାଜା ହିମାଳୟ  । ପ୍ରଥମ ଦିନରେ କଳଶ ପ୍ରତିଷ୍ଠା କରିବାର ବିଶେଷ ମହତ୍ତ୍ୱ ରହିଛି ବୋଲି ବିବେଚନା କରାଯାଏ । ନବରାତ୍ରୀରେ କଳଶ ପ୍ରତିଷ୍ଠା ନକରି ପୂଜା ସଂପୂର୍ଣ୍ଣ ବିବେଚନା କରାଯାଏ ନାହିଁ  । ନବରାତ୍ରୀ କଳଶ ସ୍ଥାପନାରୁ ହିଁ ଆରମ୍ଭ ହୋଇଥାଏ  । ଏହାକୁ ଘଟସ୍ଥାପନା ମଧ୍ୟ କୁହାଯାଏ  ।

ଜ୍ୟୋତିଷଙ୍କ କହିବାନୁସାରେ, ସକାଳ ୧୧ଟା ୪୪ ରୁ ୧୨.୩୦ ପର୍ଯ୍ୟନ୍ତ ଘଟସ୍ଥାପନା ଲାଗି ଶୁଭ ମୁହୁର୍ତ୍ତ ରହିଛି ।  ଯଦି ଆପଣ ନବରାତ୍ରୀ ସମୟରେ କଳଶ ସ୍ଥାପନ କରିବାକୁ ଯାଉଛନ୍ତି  । ଏବଂ ପୁରା ନଅ ଦିନ ଉପବାସ କରିବାକୁ ଯାଉଛନ୍ତି । ତେବେ ଏହି ଶୁଭ ସମୟକୁ ମନେରଖନ୍ତୁ  । ବିଶ୍ୱାସ କରାଯାଏ ଯେ କଳଶ ପ୍ରତିଷ୍ଠା କଲେ ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି  । ଭକ୍ତଙ୍କ ର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି  । ତେବେ ଆସନ୍ତୁ ଜାଣିବା ଶୈଳପୁତ୍ରୀଙ୍କୁ ପୂଜା କରିବାର ବିଧି କଣ ରହିଛି  । ନବରାତ୍ରୀର ପ୍ରଥମ ଦିନରେ କଳଶ ପ୍ରତିଷ୍ଠା କରିବା ପରେ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମାଆଙ୍କୁ ପୂଜା କରିବା ପାଇଁ, ସକାଳେ ବ୍ରହ୍ମ ମୁହୁର୍ତ୍ତରେ ଉଠି ସ୍ନାନ କରନ୍ତୁ ।

ପରେ ପୂଜା କୋଠରୀରେ ଏକ କଳସ ସ୍ଥାପନ କରନ୍ତୁ  । ସେଥିରେ ଗଙ୍ଗା ପାଣି ଛିଞ୍ଚନ୍ତୁ  । କଳସରେ ଏକ ଲାଲ ରଙ୍ଗର କପଡା ବାନ୍ଧନ୍ତୁ  । ମାତା ରାଣୀଙ୍କୁ  ଅକ୍ଷତ, ଧୂପ, ଦୀପ, ଫୁଲ, ଫଳ, ମିଠା, ନଡିଆ ଆଦି ଅପର୍ଣ କରନ୍ତୁ ।  ମନ ସ୍କାମନା ପୂର୍ଣ୍ଣ କରିବା ଲାଗି ମାତାଙ୍କୁ କନିଅର ପୁଷ୍ପ ପ୍ରଦାନ  କରିବା ସହ ଗାଈ ଘିଅ ଅର୍ପଣ କରନ୍ତୁ  । ପୂଜା ସମୟରେ ମାତା ଶୈଳପୁତ୍ରୀଙ୍କ  ମନ୍ତ୍ର ଜପ କରନ୍ତୁ। ଏବଂ ଶେଷରେ ଏକ ଘିଅ ଦୀପ ଜାଳନ୍ତୁ ଏବଂ ମାତାଙ୍କ ଆରତୀ ସଂପାଦନ କରନ୍ତୁ  ।  ଯଦି ତୁମର ରାଶିରେ ଚନ୍ଦ୍ରରେ ତ୍ରୁଟି ରହିଛି , ତେବେ ଶୈଳପୁତ୍ରୀଙ୍କୁ ପୂଜା କରିବା ଜରୁରୀ  । ଆପଣ ଏଥିରୁ ବହୁତ ଉପକୃତ ହେବେ ।

Leave A Reply

Your email address will not be published.