Latest Odisha News

BREAKING NEWS

ବାପାର ଆଖି ଆଗରେ ପୁଅକୁ ଖାଇଗଲା ସାର୍କ

ଇଜିପ୍ଟ: ବାପା ପାଲଟି ଯାଇଥିଲା ଅସହାୟ । କାରଣ ବାପାର ଠିକ୍ ସାମ୍ନାରେ ପୁଅକୁ ଖିନ୍‌ଭିନ୍ କରି ଖାଇଗଲା ସମୁଦ୍ର ଶିକାରୀ ସାର୍କ । ଏବେ ଏମିତି ଏକ ଲୋକହର୍ଷଣକାରୀ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଢେର ଚର୍ଚ୍ଚା ।

ଏହି ଘଟଣା ଘଟିଛି ଇଜିପ୍ଟର ଏକ ପର୍ଯ୍ୟଟନସ୍ଥଳୀରେ । ସେଠାକୁ ବୁଲିବାକୁ ଆସିଥିବା ଜଣେ ୨୩ ବର୍ଷୀୟ ପର୍ଯ୍ୟଟକଙ୍କ ସହ ଏଭଳି ଘଟିଛି । ଯୁବକ ଜଣକ ବାପାଙ୍କ ସହ ଏଠାରେ ବୁଲୁଥିଲେ । ଏହି ସମୟରେ ହଠାତ୍ ଯୁବକଙ୍କୁ ଏକ ଟାଇଗର ସାର୍କ ଟାଣି ନେଲା । ବାପାଙ୍କ ଆଖି ଆଗରେ ପୁଅକୁ ଟାଇଗର ସାର୍କ ପାଣି ଭିତରେ ରକ୍ତାକ୍ତ କରିବା ସହ ଖାଇଦେଲା । ଯୁବକ ଜଣକ ସାର୍କ କବଳରୁ ମୁକୁଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ହେଲେ ପୁଅର ଏପରି ଅବସ୍ଥା ଦେଖିବା ଛଡ଼ା ତାଙ୍କର ଅନ୍ୟ କୌଣସି ଉପାୟ ନ ଥିଲା । ନିକଟରେ ଥିବା କିଛି ବୋଟ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାର୍କଟି ଯୁବକଙ୍କ ଜୀବନ ନେଇସାରିଥିଲା ।

Leave A Reply

Your email address will not be published.