Latest Odisha News

BREAKING NEWS

ପନ୍ତଙ୍କ ଦୁର୍ଘଟଣା ଖବର ଶୁଣି ଭାରତର ଏହି ପୂର୍ବତନ କୋଚ କାନ୍ଦି ପକାଇଥିଲେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତର ଷ୍ଟାର ୱିକେଟ କିପର ରିଷଭ ପନ୍ତଙ୍କ ଭଲ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଭାରତ ବୋଲରଙ୍କୁ ସୁହାଉଥିବା ପିଚରେ ପାକିସ୍ତାନକୁ ହରାଇଥିଲେ । ପନ୍ତଙ୍କ ଏହି ପ୍ରଦର୍ଶନ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ଭାବପ୍ରବଣ କରାଯାଇଛି । ସେ କହିଛନ୍ତି ୨୦୨୨ ଡିସେମ୍ବରରେ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ଖବରକୁ ମୁଁ ଭୁଲି ପାରିବି ନାହିଁ । ଏହା ଶୁଣିବା ମାତ୍ରେ ମୋ ଆଖିରୁ ଲୁହ ଝରିଥିଲା । ଡାକ୍ତରଖାନାରେ ତାଙ୍କୁ ଦେଖିବା ପରେ ଆହୁରି କଷ୍ଟ ହୋଇଥିଲା । ଏହା ପରେ ସେ ଯେଉଁ ଭଳି ଭାବେ କଠିନ ପରିଶ୍ରମ କରି ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି ତାହା ଅବର୍ଣ୍ଣନୀୟ ।

ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ ମୁକାବିଲାରେ ତାଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କରାଯିବ କମ ହେବ ବୋଲି କହିଛନ୍ତି । ୨୦୨୨ ଡିସେମ୍ବର ୩୦ରେ ନିଜ ମାଆଙ୍କୁ ଦେଖା କରିବା ପାଇଁ ପନ୍ତ ଘରକୁ ଆସୁଥିଲେ । ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପ୍ରାୟ ୧ ବର୍ଷ ଧରି ସେ ରିହ୍ୟାବିଲିଟେଶନରେ ରହିବା ପରେ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ ।

Leave A Reply

Your email address will not be published.