Latest Odisha News

BREAKING NEWS

ମୋଦୀ ୩.୦: ଦାୟିତ୍ବ ଗ୍ରହଣ କଲେ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ: ଗତକାଲି ପଦବୀ ପାଇବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ । ଆଜି ଜଣଙ୍କ ପରେ ଜଣେ ନିଜ ନିଜ କାର୍ଯ୍ୟାଳୟ ଯାଇ ଦାହିତ୍ବ ଗ୍ରହଣ କରୁଛନ୍ତି । ଏହି କ୍ରମରେ ପୁଣି ଥରେ ଗୃହମନ୍ତ୍ରୀ ଭାବରେ ଗୃହ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି ଅମିତ୍ ଶାହା ।

ସେହିପରି ଏଥର ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡା, ପ୍ରଥମ ଥର କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେପି ନଡ୍ଡା । ଏହା ସହିତ ତାଙ୍କୁ କେମିକାଲ ଏବଂ ଫର୍ଟିଲାଇଜର ମନ୍ତ୍ରାଳୟ ମଧ୍ୟ ପ୍ରଦାନ କରାଯାଇଛି । ପ୍ରଥମେ ନଡ୍ଡା ରସାୟନ ଓ ସାର ବିଭାଗର ଦାହିତ୍ବ ଗ୍ରହଣ କରିଥିବା ବେଳେ ପରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ସହିତ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁପ୍ରିୟା ପଟେଲ୍ ।

ଏନେଇ ଆଜି ସକାଳେ ରେଳ ମନ୍ତ୍ରୀ ତଥା ସୂଚନା ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ଅଶ୍ବିନୀ ବୈଷ୍ଣବ । ପ୍ରଥମେ ରେଳ ମନ୍ତ୍ରାଳୟ ଏବଂ ପରେ ସୂଚନା ଓ ପ୍ରସାରଣ ବିଭାଗକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ବଭାର ସମ୍ଭାଳିଛନ୍ତି ଶାହା । ଏହା ସହିତ ବୈଦେଶିକ ମନ୍ତ୍ରୀ ଭାବରେ ପୁଣି ଦାହିତ୍ନ ଗ୍ରହଣ କରିଛନ୍ତି ଏସ ଜୟଶଙ୍କର । ଅନ୍ୟପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବାଣିଜ୍ୟ ମନ୍ତ୍ରୀ ଭାବେ ପିୟୂଷ  ଗୋଏଲ, ବୟନଶିଳ୍ପ ମନ୍ତ୍ରୀ ଭାବେ ଗିରିରାଜ ସିଂ ପୂର୍ବ ମନ୍ତ୍ରୀ ପିୟୂଷ ଗୋଏଲଙ୍କଠୁ ଦାୟିତ୍ବଭାର ଗ୍ରହଣ କରିଛନ୍ତି । ଏହା ସହିତ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ବି ଦାୟିତ୍ବ ନେଇଛନ୍ତି।

ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ମନ୍ତ୍ରାଳୟ ପ୍ରଦାନ କରାଯାଇଛି । ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଥିବା ବେଳେ ସହଯୋଗୀ ଦଳ ମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀଙ୍କୁ ମାଇକ୍ରୋ ଏବଂ କ୍ଷୁଦ୍ର ଶିଳ୍ପ ମନ୍ତ୍ରଣାଳୟର, ଏଲଜେପି ରାମ ବିଳାସର ଚିରାଗ ପାସୱାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଟିଡିପି ରାମମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କୁ ଇଣ୍ଡଷ୍ଟ୍ରି ଏବଂ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି । ଏହା ସହିତ ଜେଡିୟୁ ନେତା ଲଲନ ସିଂଙ୍କୁ ପଞ୍ଚାୟତିରାଜ ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଦିଆଯାଇଛି । ଯାହା ପରେ ଆଜି ଜଣେ ଜଣେ କରି ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି  ।

Leave A Reply

Your email address will not be published.