Latest Odisha News

BREAKING NEWS

ଶାହାରୁଖ୍‌ଙ୍କ ଯୋଗୁ ଟାର୍ଗେଟ ହେଉଛନ୍ତି ଆର୍ୟନ୍‌ !

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଗିରଫ ହେବା ପରେ ବଲିଉଡର ଅନେକ ଲୋକ ଆର୍ୟନ୍‌ ଓ ଶାହାରୁଖ୍‌ଙ୍କ ସମର୍ଥନରେ ବାହାରିଛନ୍ତି। ଇଣ୍ଡଷ୍ଟ୍ରିର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଆର୍ୟନ୍‌ଙ୍କୁ ଟାର୍ଗେଟ କରାଯାଉଛି କାରଣ ସେ ଶାହରୁଖ ଖାନଙ୍କ ପୁଅ।

ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ସେ ଇଣ୍ଡଷ୍ଟ୍ରିର ଲୋକଙ୍କୁ ଡରୁଆ ବୋଲି ମଧ୍ୟ କହିଥିଲେ। ଶତ୍ରୁଘ୍ନ କହିଛନ୍ତି ଯେ ଅନେକ ଲୋକ ଶାହାରୁଖଙ୍କ ସହ ନିଜକୁ ବରାବର କରୁଛନ୍ତି।

ଧର୍ମ ଆଧାରରେ ଶାହାରୁଖଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିବା ଭୁଲ୍ ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି। ରିପୋର୍ଟ ଅନୁଯାୟୀ, ଶତ୍ରୁଘ୍ନ ସିହ୍ନା କହିଛନ୍ତି, ଆମେ କହି ପାରିବୁ ନାହିଁ ଧର୍ମ ଯୋଗୁ ଏସବୁ ସମସ୍ୟା ଉପୁଜିଛି ତେବେ କିଛି ଲୋକ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବା ଆରମ୍ଭ କଲେଣି, ଯାହା ଠିକ୍ ନୁହେଁ। ଯିଏ ଜଣେ ଭାରତୀୟ, ସେ ଭାରତର ପୁଅ ଏବଂ ସମ୍ବିଧାନରେ ତାର ସମାନ ଅଧିକାର ରହିଛି। ସେ କହିଛନ୍ତି ଯେ ଶାହାରୁଖ ଖାନଙ୍କ ପୁଅ ଥିବାରୁ ଆର୍ୟନ୍‌ଙ୍କୁ ଅଧିକ ଟାର୍ଗେଟ୍‌ କରାଯାଉଛି।

Comments are closed.