Latest Odisha News

BREAKING NEWS

କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି । ତାଙ୍କର ୧୮୫ ରନର ଇନିଂସ ବଳରେ ମୁମ୍ବାଇ ୯ ଉଇକେଟରେ ସୌରାଷ୍ଟ୍ରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

BjdElectrycity

ଲିଷ୍ଟ ଏ କ୍ରିକେଟରେ ରନ ଚେଜ୍ କରିବାରେ ମହେନ୍ଦ୍ର ସିଂ ଧୋନୀଙ୍କ ୧୮୩ ରନର ଇନିଂସ ରେକର୍ଡକୁ ସେ ଭାଙ୍ଗି ଦେଇଛନ୍ତି । ଧୋନୀ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଉପରୋକ୍ତ ଇନିଂସ ଖେଳିଥିଲେ । ୨୦୧୨ରେ ପାକିସ୍ତାନ ବିପକ୍ଷରେ କୋହଲି ୧୮୩ ରନର ଇନିଂସ ଖେଳିଥିଲେ । ଶ’ ତାଙ୍କ ଇନିଂସରେ ୧୨୩ ବଲ ସାମ୍ନା କରି ୨୧ ଚୌକା ଓ ୭ ଛକା ମାରିଥିଲେ ।

Leave A Reply

Your email address will not be published.