Latest Odisha News

BREAKING NEWS

ସ୍ମୃତିଙ୍କ ବିଶ୍ୱରେକର୍ଡ, ପୁରୁଷ କ୍ରିକେଟରଙ୍କୁ ମଧ୍ୟ ପଛରେ ପକାଇଲେ

ଲକ୍ଷ୍ନୌ:ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ସ୍ମୃତି ମାନ୍ଧନା ମଙ୍ଗଳବାର କ୍ରମାଗତ ଅର୍ଦ୍ଧଶତକ ହାସଲରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେସେ ୮୦ ରନର ଅପରାଜିତ ଇନିଂସ ଖେଳିବା ପରେ ନିଜ ନାମ ରେକର୍ଡ ବୁକରେ ଲିପିବଦ୍ଧ କରିଥିଲେ । ଦିନିକିଆ କ୍ରିକେଟସେ ୧୦ଟି ଇନିଂସରେ ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।

ପୂର୍ବରୁ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ କ୍ରମାଗତ ୯ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମୃତିଙ୍କ ଅପରାଜିତ ୮୦ ଓ ପୁନମ ରାଉତଙ୍କ ୬୨ରନ ବଳରେ ଭାରତ ୯ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.