Latest Odisha News

BREAKING NEWS

ପୃଥ୍ୱୀ ଶ, ପନ୍ତଙ୍କ ଅର୍ଦ୍ଧଶତକ:ଚେନ୍ନାଇ ସମ୍ମୁଖରେ ୧୭୩ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପୃଥ୍ୱୀ ଶ’(୬୦ ରନ, ୩୪ ବଲ, ୭ ଚୌକା, ୩ଛକା), ରିଷଭ ପନ୍ତ (୫୧ରନ) ଓ ସିମ୍ରନ ହ୍ୱେଟମେୟର ୩୭ ରନର ଇନିଂସ ସହାୟତାରେ ୫ ଉଇକେଟ ହରାଇ ୧୭୨ ରନ କରିଥିଲା ।

ଶିଖର ଧାୱନ, ଅକ୍ଷର ପଟେଲ ଓ ଶ୍ରେୟାଶ ଆୟାର ଶସ୍ତାରେ ଆଉଟ ହୋଇଯିବା ଫଳରେ ଦିଲ୍ଲୀର ରନହାର କମି ଯାଇଥିଲା । ଚେନ୍ନାଇ ପକ୍ଷରୁ ଜୋସ ହାଜେଲଉଡ ୨ଟି ଏବଂ ରବୀନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ ଓ ମୋଇନ ଅଲୀ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.