Latest Odisha News

BREAKING NEWS

ଅପରାଧୀ ପୋଷାକ ପିନ୍ଧିବାକୁ ମନା କଲେ ଇନ୍ଦ୍ରାଣୀ; ଶିନା ବୋରା ହତ୍ୟା ମାମଲା

ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜେଲରେ ଅପରାଧୀଙ୍କ ପୋଷାକ ପିନ୍ଧିବାକୁ ଇନ୍ଦ୍ରାଣୀ ମନା କରି ଦେଇଛନ୍ତି। ଇନ୍ଦ୍ରାଣୀ ଯୁକ୍ତି କରିଛନ୍ତି ଯେ ତାଙ୍କ ମାମଲା ଏବେ ବି ବିଚାର ଚାଲିଛି, ଯେଉଁ କ୍ଷେତ୍ରରେ ସେ ଏହି ପୋଷାକ ପିନ୍ଧି ପାରିବେ ନାହିଁ।

ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ନାମରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ ଜେଲ ପ୍ରଶାସନ ତାଙ୍କୁ ଦୋଷୀମାନଙ୍କ ପୋଷାକ ପିନ୍ଧିବାକୁ ଦେଉଛି, ତାଙ୍କ ମାମଲାର ବିଚାର ଚାଲିଥିବାରୁ ସେ ତାହା କରିବେ ନାହିଁ।

ଇନ୍ଦ୍ରାଣୀଙ୍କ ଆବେଦନ ଉପରେ କୋର୍ଟ ବାଇକୁଲ୍ଲା ଜେଲକୁ ଉତ୍ତର ଦେବାକୁ କହିଛନ୍ତି। ବର୍ତ୍ତମାନ ଜାନୁଆରୀ ୨ ତାରିଖରେ ଏହି ମାମଲାର ଶୁଣାଣି ହେବ।

Comments are closed.