Latest Odisha News

BREAKING NEWS

ବାଲେଶ୍ୱର କମର୍ଦ୍ଦା ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫ଟି ଦୋକାନ ଘର

ବାଲେଶ୍ୱର: ଭୋରରେ ଲାଗିଲା ନିଆଁ । ଜଳିଗଲା ଦୋକାନ ଘର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ବଜାରରେ ଆଜି ଭୋରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ପାଞ୍ଚଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପୋଡ଼ି ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।
ଧୀରେ ଧୀରେ ନିଆଁ ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପିଥିଲା ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଜଳେଶ୍ୱର ଓ ଭୋଗରାଇ ଅଗ୍ନିଶମ ବାହିନୀ ଟିମ୍ । ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ କେମିତି ହଠାତ୍ ନିଆଁ ଲାଗିଲା, ସେନେଇ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.