Latest Odisha News

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଜାନଙ୍କ ଭଉଣୀ, ସୋସିଆଲ ମିଡିଆରେ ମା’ଙ୍କ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିବା ଘଟଣାକୁ ପ୍ରାୟ ଏକ ମାସ ବିତିଛି । ଆତ୍ମହତ୍ୟା ଘଟଣାରେ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିନାହିଁ।

ଏସବୁ ମଧ୍ୟରେ ଏବେ ଶିଜାନଙ୍କ ଭଉଣୀ ଫଲକ ନାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିବା କୁହାଯାଉଛି । ତାଙ୍କ ଅବସ୍ଥା ଏତେ ଖରାପ  ଯେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଜାନ ଜେଲରେ ଥିବା ବେଳେ ତାଙ୍କ ପରିବାର ସହ କ’ଣ ସବୁ ଘଟୁଛି, ତାହା ତାଙ୍କ ମା’ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଜରିଆରେ ଜଣାଇଛନ୍ତି।  କିଛି ଦିନ ତଳେ ତୁନିଷାଙ୍କ ଜନ୍ମଦିନରେ ଫଲକ ଏକ ଭାବ ବିହୋଳ ପୋଷ୍ଟ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ଶିଜାନଙ୍କ ମା’ ଲେଖିଛନ୍ତି, ‘ଆମ ପରିବାରକୁ କ’ଣ ପାଇଁ ଏମିତି ଦଣ୍ଡ ମିଳୁଛି ଏବଂ କାହିଁକି ମୁଁ ବୁଝିପାରୁ ନାହିଁ ? କୌଣସି ପ୍ରମାଣ ନଥାଇ ବି ମୋ ପୁଅ କଏଦୀଙ୍କ ପରି  ଗତ ଏକ ମାସ ଧରି ଜେଲରେ ରହିଛି। ମୋର ସାନ ଝିଅ ଫଲକ ନାଜ ଏବେ ହସ୍ପିଟାଲରେ ଭର୍ତ୍ତି । ଜଣେ ମା’ ଭାବେ ଅନ୍ୟର ସନ୍ତାନଙ୍କୁ ଭଲ ପାଇବା ଭୁଲ ନା ମୁସଲିମ ହବା ଭୁଲ ?

Comments are closed.