Latest Odisha News

BREAKING NEWS

କାଶ୍ମୀରରେ ମଉଜ କରୁଛନ୍ତି ଶେହନାଜ

ନୂଆଦିଲ୍ଲୀ: ‘ବିଗ୍ ବସ୍ ୧୩’ ଲୋକପ୍ରିୟ ଚେହେରା ତଥା ପ୍ରସିଦ୍ଧ ପଞ୍ଜାବୀ କଳାକାର ଶେହନାଜ କୌର୍‌ ଗିଲ କାଶ୍ମୀରର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି। ନିକଟରେ ଶେହନାଜ ତାଙ୍କର କିଛି ସୁନ୍ଦର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ସେ ପର୍ବତମାଳା ମଧ୍ୟରେ ମଉଜ କରୁଥିବା ଦେଖିବାକୁ ମିଳିଛି।

ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ଏକ ମଲ୍ଟି କଲର୍‌ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ସେ ବେଶ୍‌ ଆକର୍ଷଣୀୟ ଦେଖାଯାଉଛନ୍ତି। ପ୍ରତ୍ୟେକ ଫଟୋରେ ଅଭିନେତ୍ରୀ ଏକ ଭିନ୍ନ ପ୍ରକାରର ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଫଟୋ ସେୟାର କରିବାବେଳେ ଅଭିନେତ୍ରୀ କୌଣସି କ୍ୟାପସନ୍ ଲେଖି ନାହାଁନ୍ତି, କେବଳ ହାର୍ଟ ଇମୋଜି ଦେଇଛନ୍ତି।

ଶେହନାଜଙ୍କ ଫଟୋରେ ରାପର ବାଦଶାହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଏବଂ ପ୍ରଶଂସା କରିଛନ୍ତି ଏବଂ ଅଭିନେତ୍ରୀଙ୍କୁ ସ୍ୱର୍ଗ ସହିତ ତୁଳନା କରିଛନ୍ତି। ବାଦଶାହା ଲେଖିଛନ୍ତି ‘ସ୍ୱର୍ଗ ଭଳି ସୁନ୍ଦର’।

Leave A Reply

Your email address will not be published.