Latest Odisha News

BREAKING NEWS

ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ, ୩୧୭ ରନରେ ଇଂଲଣ୍ଡକୁ ହରାଇଲା

ଚେନ୍ନାଇ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ ନେଇଛି । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୬୪ ରନରେ ଅଲଆଉଟ ହୋଇ ଯାଇଥିଲା । ଅକ୍ଷର ପଟେଲ ପଦାର୍ପଣ ଟେଷ୍ଟରେ ୫ଉଇକେଟ ହାସଲ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ କୂଲଦୀପ ଯାଦବ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ସର୍ବାଧିକ ୪୩ ରନ କରିଥିଲେ । ୫ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ ।

ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୨୯ ରନ ଜବାବରେ ଇଂଲଣ୍ଡ ୧୩୪ ରନରେ ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୨୮୬ ରନ କରି ଉପରୋକ୍ତ ଟାର୍ଗେଟ ଦେଇଥିଲା । ଅଶ୍ୱିନୀ ୧୦୬ ଓ ଅଧିନାୟକ ବିରାଟ କୋହଲି ୬୨ ରନର ଇନିଂସ ଖେଳିଥିଲେ । ଅଶ୍ୱିନୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.