ନୂଆଦିଲ୍ଲୀ: ଆମେରିକାକୁ ବଂଲାଦେଶ ବିକ୍ରି କରିଦେଇଛନ୍ତି ୟୁନୁସ । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଏଭଳି କିଛି ଗମ୍ଭୀର ଅଭିଯୋଗ ଆଣି ବର୍ଷିଛନ୍ତି । ୟୁନୁସ୍ ଆତଙ୍କବାଦୀଙ୍କ ସହାୟତାରେ ବାଂଲାଦେଶରେ କ୍ଷମତା ଦଖଲ କରିଛନ୍ତି ଏବଂ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରୁ ଅନେକ ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ବୋଲି କହି ୟୁନୁସଙ୍କ ଉପରେ ବଡ ଅଭିଯୋଗ ଲଗାଇଛନ୍ତି ହସିନା ।
ଏନେଇ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି, ୟୁନୁସ୍ କ୍ଷମତା ଦଖଲ କରିବା ପାଇଁ ନିଷିଦ୍ଧ ଲୋକଙ୍କ ସାହାଯ୍ୟ ନେଇଥିଲେ । ଯେଉଁମାନଙ୍କଠାରୁ ଆମେ ଏପର୍ଯ୍ୟନ୍ତ ବାଂଲାଦେଶର ଲୋକମାନଙ୍କୁ ସୁରକ୍ଷା ଦେଇ ଆସିଛୁ। କେବଳ ଗୋଟିଏ ଆତଙ୍କବାଦୀ ଆକ୍ରମଣ ପରେ, ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଏବେ ବାଂଲାଦେଶର ଜେଲଗୁଡ଼ିକ ଖାଲି ଅଛି। ୟୁନୁସ୍ ଏପରି ସମସ୍ତ ଲୋକଙ୍କୁ ମୁକ୍ତ କରିଥିଲେ ଏବଂ ଏବେ ସେହି ଆତଙ୍କବାଦୀମାନେ ବାଂଲାଦେଶରେ ଶାସନ କରୁଛନ୍ତି ।
ଏଥିସହିତ ଶେଖ୍ ହାସିନା ଆହୁରି କହିଛନ୍ତି, ଆମର ମହାନ ବଙ୍ଗୀୟ ଜାତିର ସମ୍ବିଧାନ, ଯାହାକୁ ଆମେ ଏକ ଦୀର୍ଘ ସଂଘର୍ଷ ଏବଂ ମୁକ୍ତି ଯୁଦ୍ଧ ମାଧ୍ୟମରେ ହାସଲ କରିଛୁ । କିନ୍ତୁ ଏବେ ଏହି ଉଗ୍ରବାଦୀ ନେତାଙ୍କୁ, ଯିଏ ବେଆଇନ ଭାବରେ କ୍ଷମତା ଦଖଲ କରିଛନ୍ତି, ସେମାନଙ୍କୁ ସମ୍ବିଧାନକୁ ସ୍ପର୍ଶ କରିବାର ଅଧିକାର କିଏ ଦେଲା? । ଏଥିସହିତ ୟୁନୁସଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରେ ରହିବାର କୌଣସି ଆଧାର ନାହିଁ ଏବଂ ଏହାର କୌଣସି ଅସ୍ତିତ୍ୱ ନାହିଁ ବୋଲି କହିଛନ୍ତି ହସିନା ।
ଏଥିସହିତ ୟୁନୁସଙ୍କ ଉପରେ ବଡ ଅଭିଯୋଗ ଲଗାଇ କହିଛନ୍ତି, ଯେ ୟୁନୁସ ଆୱାମୀ ଲିଗକୁ ନିଷିଦ୍ଧ କରିଥିଲେ। ଆଉ ଏବେ ଆମେରିକାକୁ ବାଂଲାଦେଶ ବିକି ଦେଇଛନ୍ତି ।
Comments are closed.