Latest Odisha News

ମୋଦି ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଲେ ଶେଖ ହସିନାଙ୍କ ପୁଅ, ମା’ଙ୍କୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଭାରତର ପ୍ରଶଂସା କରିଛନ୍ତି ଶେଖ ହସିନାଙ୍କ ପୁଅ । ଆମେରିକାର ୱାଶିଂଟନ୍ ଡିସିରୁ ଏକ ଭିଡିଓ ଜାରି କରି ସାଜୀବ ୱାଜେଦ ଆନନ୍ଦ କହିଛନ୍ତି ଯେ, ‘ମୋର ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛି । ତୁରନ୍ତ ପଦକ୍ଷେପ ନେଇ ମୋ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଁ ତାଙ୍କ ନିକଟରେ ସର୍ବଦା ଚିର ଋଣି ହୋଇ ରହିବି’ ।

ମୋର ଦ୍ୱିତୀୟ ବାର୍ତ୍ତା ହେଉଛି, ଭାରତ ବିଶ୍ୱରେ ଏକ ନେତୃତ୍ୱ ଭୂମିକା ଗ୍ରହଣ କରିବା ଉଚିତ୍ ଏବଂ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡିକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦେବା ଉଚିତ୍ ନୁହେଁ ବୋଲି ଶେଖ ହସିନାଙ୍କ ପୁଅ କହିଛନ୍ତି ।

ଶେଖ ହସିନା ଆଗକୁ କେଉଁଠି ରହିବେ ସେନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ, ଏହାର ଜବାବରେ ସାଜୀବ କହିଛନ୍ତି ଯେ, ତାଙ୍କ ମାଆ କୌଣସି ଦେଶରେ ଶରଣ ପାଇଁ ଆବେଦନ କରିନାହାନ୍ତି । ଏହାକୁ ନେଇ ପ୍ରସାର ହେଉଥିବା ଖବର ସମ୍ପୂର୍ଣ୍ଣ ଗୁଜବ ।

ଏହା ସହ ସେ ବାଂଲାଦେଶରେ ଘଟିଥିବା ହିଂସା କାଣ୍ଡ ପଛରେ ବେଦେଶୀ ହାତ ଥିବା କହିଛନ୍ତି । ସେ ପରୋକ୍ଷ ଭାବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ସେ ଇସାରା କରିଛନ୍ତି ।

Comments are closed.