Latest Odisha News

BREAKING NEWS

ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ ଟିମର ୩ ଖେଳାଳି କରୋନା ସଂକ୍ରମିତ

ଲାହୋର: ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ରୋଷ୍ଟନ ଚେଜ, ଶେଲ୍ଡନ କୋଲ୍ଟ୍ରେଲ ଓ କାଇଲ ମାୟର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କୁ ଆଇସୋଲେଟ କରାଯିବା ସହ ସଂସ୍ପର୍ଶରେ ଆସି ଅନ୍ୟ ଖେଳାଳିମାନଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ଅନ୍ୟ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ତେବେ ଏ ସବୁ ସତ୍ୱେ ଏହି ଗସ୍ତର ସମସ୍ତ ମ୍ୟାଚ ଖେଳାଯିବ ବୋଲି ୱେଷ୍ଟଇଣ୍ଡିଜ ବୋର୍ଡର ସିଇଓ ଜନୀ ଗ୍ରେଭ କହିଛନ୍ତି । ଡିସେମ୍ବର ୧୩ରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଆନ୍ତର୍ଜାତୀୟ ମ୍ୟାଚ ପ୍ରତ୍ୟାବର୍ତନ ପାଇଁ ପାକିସ୍ତାନ ନିମନ୍ତେ ଏହି ସିରିଜର ଆୟୋଜନ ଗୁରୁତ୍ୱପୂର୍ଣ୍ଣ ରହିଛି ।

Comments are closed.