ଲଣ୍ଡନ: ଚଳିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ମହିଳା ୧୦୦ ମିଟରରେ ଜାମାଇକାର ଆଥଲେଟମାନେ କ୍ଲିନ ସୁଇପ କରିଛନ୍ତି । ଶେଲୀ ଆନ ଫ୍ରେଜର ପ୍ରାଇସ ୧୦.୬୭ ସେକେଣ୍ଡ ସମୟରେ ରେସ ସମ୍ପୂର୍ଣ୍ଣ କରି ଚାମ୍ପିୟନଶିପର ଦ୍ରୁତତମ ମହିଳା ହୋଇଛନ୍ତି । ମାତ୍ର ୧୮ ମାଇକ୍ରୋ ସେକେଣ୍ଡ କମ ସମୟ ଯୋଗୁ ସେ ବିଶ୍ୱ ରେକର୍ଡ ହାତଛଡା କରିଛନ୍ତି । ଶେଲୀ ୫ମ ଥର ପାଇଁ ୱାଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦୦ ମିଟରରେ ଜାମାଇକାର ଶିରିକା ଜ୍ୟାକସନ (୧୦.୬୭) ଓ ଏଲିନା ଥମସନ (୧୦.୮୧) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ପୂର୍ବରୁ ଗତ କାଲି ଆମେରିକା ପୁରୁଷ ୧୦୦ ମିଟରରେ କ୍ଲିନ ସୁଇପ କରିଥିଲା । ଫ୍ରେଡ କେର୍ଲି(୯.୮୬ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମାର୍ଭିନ ବ୍ରେସି(୯.୮୮) ରୌପ୍ୟ ଏବଂ ଟ୍ରେଭନ ବ୍ରୋମେଲ (୯.୮୮) ବ୍ରୋଞ୍ଜ ପଦକ ହାତେଇଥିଲେ । ବିଶ୍ୱ ଚାମ୍ପିୟନଶିପରେ ଫ୍ରେଡଙ୍କ ଏହା ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ । ସେ ବିଶ୍ୱ ରେକର୍ଡ ଟାଇମିଂଠାରୁ ୩୦ ମାଇକ୍ରୋ ସେକେଣ୍ଡ ଦୂରରେ ରହିଥିଲେ ।
BREAKING NEWS
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
Comments are closed.