Latest Odisha News

BREAKING NEWS

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆତ୍ମହତ୍ୟା ଉଦ୍ୟମ । ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବକ । ଗୋଟିଏ ପଟେ ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଛି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର, ଅନ୍ୟପଟେ ଜନଶୁଣାଣୀ ଶିବିର ବାହାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମା ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଚାଲିଥିଲା ।

ସାଧାରଣ ଜନତା ନିଜର ଅଭିଯୋଗ ଜିଲ୍ଲାପାଳଙ୍କୁ ଶୁଣାଉଥିଲେ । ଆଉ ସେତିକି ବେଳେ ଶିବିର ବାହାରେ ଜଣେ ଯୁବକ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି, ପୁଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ଅନ୍ତର୍ଗତ କାଦପଡା ଗାଁର ବାବୁ ସାହୁ  । ସେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ । ତାଙ୍କୁ ୭ ମାସର ଦରମା ମିଳିନଥିବା ବେଳେ ଚାକିରୀରୁ ବହିଷ୍କାର କରିଦିଆଯାଇଛି । ଏନେଇ ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ମାନସିକ ଚାପରେ ରହୁଥିବା ବାବୁ ଆଜି ଏଭଳି ଉଦ୍ୟମ କରିଛନ୍ତି ।

Leave A Reply

Your email address will not be published.