ଲଣ୍ଡନ: ଚଳିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ମହିଳା ୧୦୦ ମିଟରରେ ଜାମାଇକାର ଆଥଲେଟମାନେ କ୍ଲିନ ସୁଇପ କରିଛନ୍ତି । ଶେଲୀ ଆନ ଫ୍ରେଜର ପ୍ରାଇସ ୧୦.୬୭ ସେକେଣ୍ଡ ସମୟରେ ରେସ ସମ୍ପୂର୍ଣ୍ଣ କରି ଚାମ୍ପିୟନଶିପର ଦ୍ରୁତତମ ମହିଳା ହୋଇଛନ୍ତି । ମାତ୍ର ୧୮ ମାଇକ୍ରୋ ସେକେଣ୍ଡ କମ ସମୟ ଯୋଗୁ ସେ ବିଶ୍ୱ ରେକର୍ଡ ହାତଛଡା କରିଛନ୍ତି । ଶେଲୀ ୫ମ ଥର ପାଇଁ ୱାଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦୦ ମିଟରରେ ଜାମାଇକାର ଶିରିକା ଜ୍ୟାକସନ (୧୦.୬୭) ଓ ଏଲିନା ଥମସନ (୧୦.୮୧) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ପୂର୍ବରୁ ଗତ କାଲି ଆମେରିକା ପୁରୁଷ ୧୦୦ ମିଟରରେ କ୍ଲିନ ସୁଇପ କରିଥିଲା । ଫ୍ରେଡ କେର୍ଲି(୯.୮୬ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମାର୍ଭିନ ବ୍ରେସି(୯.୮୮) ରୌପ୍ୟ ଏବଂ ଟ୍ରେଭନ ବ୍ରୋମେଲ (୯.୮୮) ବ୍ରୋଞ୍ଜ ପଦକ ହାତେଇଥିଲେ । ବିଶ୍ୱ ଚାମ୍ପିୟନଶିପରେ ଫ୍ରେଡଙ୍କ ଏହା ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ । ସେ ବିଶ୍ୱ ରେକର୍ଡ ଟାଇମିଂଠାରୁ ୩୦ ମାଇକ୍ରୋ ସେକେଣ୍ଡ ଦୂରରେ ରହିଥିଲେ ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.