Latest Odisha News

BREAKING NEWS

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।

୨୦୨୨ ଡିସେମ୍ବର ୪ ତାରିଖରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହୋଇଥିଲା । ୧୩୪ ୱାର୍ଡରେ ଆପ୍ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥିସହ ଏମସିଡିରେ ବିଜେପିର ୧୫ ବର୍ଷର ଶାସନରେ ବ୍ରେକ୍ ଲାଗିଥିଲା । ବିଜେପି ୧୦୪ ୱାର୍ଡରେ ବିଜୟୀ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨୫୦ ଆସନ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମରେ କଂଗ୍ରେସ ମାତ୍ର ୯ଟି ଆସନ ଜିତିଥିଲା ।

ଶୈଲି ଓବେରଇ ମେୟର ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କାଉନସିଲରଙ୍କ ସହ ସୁପ୍ରିମକୋର୍ଟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । କହିଛନ୍ତି, କାଲିଠୁ ହିଁ କାମ ଆରମ୍ଭ କରିବେ ।

Leave A Reply

Your email address will not be published.