Latest Odisha News

ସେଲଟର ହୋମ୍ ଯୌନଶୋଷଣ ମାମଲା: ‘ଗୁଡ୍ ନ୍ୟୁଜ ଇଣ୍ଡିଆ’ ଏମଡିଙ୍କ ଜାମିନ ଆବେଦନ ଖାରଜ

କଟକ : ଢେଙ୍କାନାଳ ସ୍ଥିତ ଏକ ସେଲଟର୍ ହୋମରେ ନାବାଳିକା ଯୌନଶୋଷଣ ମାମଲାରେ ସେଲଟର୍ ହୋମର ଏମଡି ତଥା ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନଙ୍କ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

ଏଥିସହିତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଉଦିତ୍ କୁମାର ଲିମାଙ୍କ ଜାମିନ୍ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଢେଙ୍କାନାଳ ସଦର ଥାନା ପୋଲିସ ଡିସେମ୍ବର ୩ ତାରିଖରେ ଫୟାଜ୍ ରେହମାନଙ୍କୁ ଗିରଫ କରିଥିଲା । ପରେ ପୋକ୍ସୋ ଅଦାଲତର ଅନୁମତି ପ୍ରଦାନ ପରେ ପୋଲିସ ତାକୁ ୨ ଦିନିଆ ରିମାଣ୍ଡରେ ନେଇଥିଲେ ।

ଏହି ରିମାଣ୍ଡ ଅବଧି ସରିଲା ପରେ ପୋଲିସ ଡିସେମ୍ବର ୫ ତାରିଖରେ ଫୟାଜକୁ ପୋକ୍ସୋ କୋର୍ଟରେ ହାଜର କରିଥିଲା ଏବଂ ପୁଣିଥରେ ତାକୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା । ସେସମୟରେ କୋର୍ଟ ଫୟାଜର ଜାମିନ ଆବେଦନ ଖାରଜ କରିବା ପରେ ତାକୁ ଡିସେମ୍ବର ୭ ତାରିଖରେ ଢେଙ୍କାନାଳ ଜେଲକୁ ପଠାଇ ଦିଆଯାଇଥିଲା ।

ଆହୁରି ମଧ୍ୟ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଡିସେମ୍ବର ୧୯ ତାରିଖରେ ରେହମାନ ହାଇକୋର୍ଟରେ ଜାମିନ ଲାଗି ଆବେଦନ କରିଥିଲା ।

ପରବର୍ତ୍ତୀ ସମୟରେ ଫେବୃଆରି ୭ ତାରିଖରେ ଢେଙ୍କାନାଳ ସଦର ପୋଲିସ ରେହମାନ ଓ ଅନ୍ୟ ଅଭିଯୁକ୍ତ ସିମାଞ୍ଚଳ ନାୟକଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

Comments are closed.