Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ଜବତ ହେଲା ସୁନା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର ଦିନ କଷ୍ଟମ ବିଭାଗ ଜଣେ ଯାତ୍ରୀଙ୍କ ଠାରୁ ପୁଣି ସୁନା ଜବତ କରିଛି ।

ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୨୮୩ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୧୦ ଲକ୍ଷ ହେବା ନେଇ ଜଣାପଡିଛି ।

ତେବେ ଏହି ସୁନା ବ୍ୟାଙ୍କକରୁ ଏୟାର ଏସିଆ ବିମାନ ଯୋଗେ କୋଲକାତାର ଜଣେ ବ୍ୟକ୍ତି ନିଜ ନିଜ ସାର୍ଟ ବୋତାମରେ ସୁନା ଲୁଚାଇ ଆଣୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବିମାନବନ୍ଦରରେ ଧରାପଡିଛନ୍ତି ।

ଆହୁରି ମଧ୍ୟ ଚେକ୍-ଇନ୍ ସମୟରେ କରାଯାଉଥିବା ଯାଞ୍ଚ ବେଳେ ଯାତ୍ରୀ ଜଣକ ସୁନା ସ୍ମଗଲିଂ କରୁଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ହେପାଜତରେ ନିଆଯାଇ ତଦନ୍ତ କରାଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.