Latest Odisha News

BREAKING NEWS

ସେଲଟର୍ ହୋମ ଯୌନଶୋଷଣ ମାମଲା: କେସ୍ ଡାଇରୀ ଦାଖଲ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଢେଙ୍କାନାଳର ବହୁ ଚର୍ଚ୍ଚିତ ସେଲଟର୍ ହୋମ ଯୌନଶୋଷଣ ମାମଲାର କେସ୍ ଡାଇରୀ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର ଦିନ ଓଡ଼ିଶା ହାଇକୋର୍ଟରେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମାନଙ୍କ ଜାମିନ ଆବେଦନର ବିଚାର ସମୟରେ ଡ଼ିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଶତୃଘ୍ନ ପୂଜାରୀ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଅଦାଲତ ଜାନୁଆରୀ ୨୯ ତାରିଖରେ ଏହି ମାମଲାର ଆଗାମୀ ଶୁଣାଣୀ କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି ।

ଅଭିଯୁକ୍ତ ଫୟାଜ୍ ରେହମାନ ଏହି ମାମଲାରେ ଗତ ଡ଼ିସେମ୍ବର ୩ ତାରିଖରେ ଢେଙ୍କାନାଳ ସଦର ପୋଲିସ ଦ୍ୱାରା ଗିରଫ ହେବା ପରେ ଖଲାସ ହେବାକୁ ପୋସ୍କୋ ଅଦାଲତରେ ଜାମିନ ଆବେଦନ କରିଥିଲେ । ତେବେ ଅଭିଯୁକ୍ତ ରେହମାନଙ୍କ ଏହି ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେବା ପରେ ସେ ଡ଼ିସେମ୍ବର ୧୯ ତାରିଖରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।

Leave A Reply

Your email address will not be published.