Latest Odisha News

BREAKING NEWS

କାର୍ ଉପରେ ଓଲଟିଗଲା ପିଆଜ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ କାର୍ ମାଲିକ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରୀପୋଷି ଘାଟିରେ ଏକ କାର୍ ଉପରେ ଏକ ପିଆଜ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ଏହା ଫଳରେ ଏବେ ସୁଦ୍ଧା ପିଆଜ ବୋଝେଇ ଟ୍ରକ୍ ଚକା ତଳେ ଚାପି ହୋଇ ରହିଛି କାରଟି । ଅବଶ୍ୟ କାର୍ ମାଲିକ ଜଣକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏସମ୍ପର୍କରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ଉଦ୍ଧାର ଲାଗି ପହଞ୍ଚିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ  ବାଙ୍ଗିରିପୋଷି ଘାଟିରେ ଆଜି ଏକ କାର୍ ଉପରେ ଟ୍ରକ ଓଲଟି ପଡ଼ିଛି । କାର୍ ଭିତରେ କେହି ଯାତ୍ରୀ ନଥିବା ଜଣାପଡିଛି । ପୁର୍ବରୁ ଘାଟି ଉପରେ ଖରାପ ହୋଇଥିବା ଏକ ଟ୍ରକକୁ ମରାମତି କରିବା ପାଇଁ ଏହି କାରରେ ମେକାନିକ ଦଳ ଏଠାକୁ ଆସିଥିଲେ ।

ତେବେ ଘାଟିରୁ ଓହ୍ଲାଉ ଥିବା ଏହି ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ କାର ଉପରେ ଓଳଟିପଡିଥିଲା । କେହି ମୃତାହତ ହୋଇନଥିବା ଜଣାପଡିଛି । ଏସମ୍ପର୍କରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ଉଦ୍ଧାର ଲାଗି ପହଞ୍ଚିଛନ୍ତି ।

Leave A Reply

Your email address will not be published.