Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ: ଗୁଜରାଟରୁ ଜେପି ନଡ୍ଡା ଓ ମହାରାଷ୍ଟ୍ରରୁ ଅଶୋକ ଚୌହାନଙ୍କୁ ବିଜେପି ଟିକେଟ

ଅହମ୍ମଦାବାଦ: ବିଜେପିର ବଡ ଘୋଷଣା । ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନଡ୍ଡା । ସେହିଭଳି ନିକଟରେ ଦଳରେ ଯୋଗଦେଇଥିବା ଅଶୋକ ଚୌହାନ ତାଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ମେଧାକୁଲକର୍ଣ୍ଣୀଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ଆଜି ଜାରି କରାଯାଇଥିବା ଶେଷତମ ପ୍ରାର୍ଥୀ ତାଲିକାରେ ଗୁଜୁରାଟରୁ ୪ ଜଣ ଜେପି ନଡ୍ଡାଙ୍କ ବ୍ୟତୀତ ଦଳ ଗୋବିନ୍ଦ ଭାଇ ଢୋଲକିଆ, ମୟଙ୍କ ଭାଇ ନାୟକ ଏବଂ ଡକ୍ଟର ଜଶୱନ୍ତସିଂ ସଲାମ ସିଂ ପରମାରଙ୍କୁ ଗୁଜୁରାଟର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ।

ସେହିପରି ମହାରାଷ୍ଟ୍ରରୁ ୩ ଜଣ ଅଶୋକ ଚୌହାନ, ମେଧା କୁଲକର୍ଣ୍ଣି ଏବଂ ଡକ୍ଟର ଅଜିତ ଗୋପଛଡେଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ଦଳ । ଏମାନଙ୍କୁ ମିଶାଇ ମୋଟ ୭ ଜଣଙ୍କ ନାମ ଲିଷ୍ଟରେ ରହିଛି ।

ଆଜି ପୂର୍ବାହ୍ନରେ ବିଜେପି ମଧ୍ୟପ୍ରଦେଶରୁ 4 ଜଣ ଓ ଓଡିଶାରୁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଓଡିଶାରୁ ପୂର୍ବଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ରେଳ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ଦଳ ପୁଣି ପ୍ରାର୍ଥୀ କରିଛି ।

ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଫେବୃଆରୀ ୧୫ ହୋଇଥିବାବେଳେ ଫେବୃଆରୀ ୧୬ ରେ ନାମାଙ୍କନପତ୍ରର ଯାଞ୍ଚ ହେବ। ପ୍ରାର୍ଥୀମାନେ ୨୦ ଫେବୃଆରୀ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ । ଆବଶ୍ୟକ ହେଲେ ଫେବୃଆରୀ ୨୭ ରେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ଏବଂ ସେହି ଦିନ ଅପରାହ୍ନ ୫ ଟାରୁ ଭୋଟ୍ ଗଣନା କରାଯିବ ।

Leave A Reply

Your email address will not be published.