Latest Odisha News

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହାଁନ୍ତି ଅଭିନେତ୍ରୀ ଶେର୍ଲିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରା ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେମିତି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ଅଭିନେତ୍ରୀ ଶେର୍ଲିନ୍ ନିଜେ ଏହି ଭିଡ଼ିଓ ସେୟାର କରିଛନ୍ତି । ଆଜିକାଲି ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଭିଡ଼ିଓ ସେୟାର କରିଥାଆନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବା ନେଇ ସେ ଏକ ବୟାନ ଦେଇଛନ୍ତି । ନିକଟରେ ପାପାରାଜିଙ୍କ ପ୍ରଶ୍ନରେ ସେ ଏପରି ଉତ୍ତର ରଖିଛନ୍ତି ।

ନିକଟରେ ଶେର୍ଲିନ ପାପାରାଜିଙ୍କୁ ଫଟୋ ପାଇଁ ପୋଜ ଦେଉଥିଲେ । ଏହି ସମୟରେ ଜଣେ ପାପାରାଜି ତାଙ୍କୁ ରାହୁଲ ଗାନ୍ଧୀଙ୍କୁ ବିବାହ କରିପାରିବେ କି? ବୋଲି ପ୍ରଶ୍ନ କରିଥିଲେ । ସେ ଏହାର ଉତ୍ତର ସିଧା ସିଧା ଦେଇଥିଲେ । ଶେର୍ଲିନ କହିଥିଲେ ଯେ, କାହିଁକି ନୁହେଁ । ହେଲେ ମୋର ଏକ ସର୍ତ୍ତ ରହିବ । ତାହା ହେଲା ବିବାହ ପରେ ମୋର ସରନେମ ଚେଞ୍ଜ କରିପାରିବେ ନାହିଁ । ଏବେ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ କିନ୍ତୁ କଂଗ୍ରେସ ନେତାଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ।

Comments are closed.