Latest Odisha News

BREAKING NEWS

[ଭିଡ଼ିଓ] ବାଲିଯାତ୍ରା ଆୟୋଜନ କରିବାକୁ ଅନୁରୋଧ

କଟକ : କରୋନା ଯୋଗୁ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ । ଦୁର୍ଗ। ପୂଜାରୁ ନେଇ ଲକ୍ଷ୍ମୀ ପୂଜା ଯାଏଁ ସବୁଠି କଟକଣା । ଏବେ ବାଲିଯାତ୍ରା ବନ୍ଦ କରାଯିବାକୁ ଶୁଣିବାକୁ ମିଳିଥିବା ବେଳେ ସରକାରଙ୍କୁ ଅନୁରୋଧ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗତବର୍ଷ ବାଲିଯାତ୍ରା ଆୟୋଜନ ସମ୍ପୁର୍ଣ୍ଣ ବନ୍ଦ୍ ରହିଥିଲା । ଯାହା ଫଳରେ ଛୋଟବଡ ବ୍ୟବସାୟୀ ମାନେ ବ୍ୟାପକ କ୍ଷତି ସହିଛନ୍ତି ।

ତେବେ ଚଳିତବର୍ଷ  କରୋନା ସଂକ୍ରମଣ ସମ୍ପୁର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିଲେ ବି ବହୁ ମାତ୍ରାରେ ହ୍ରାସ ପାଇଛି ।  ବାଲିଯାତ୍ରା ସମୟ ପାଖେଇ ଆସୁଥିବାରୁ ପରମ୍ପରା ସହ ରୋଜଗାରକ୍ଷମ ଏବଂ ରାଜସ୍ବ ଦୃଷ୍ଟିରୁ ରଖି ଛୋଟ ମେଳାର ଆୟୋଜନ କରିବାକୁ ଦାବି ହୋଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ଉପକରଣ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଥାନ୍ତି । ତେବେ ହାତରେ ଆଉ ସମୟ ନ ଥିବାରୁ ସରକାର ସେ ସମ୍ପର୍କରେ ପଦକ୍ଷେପ ନେବେ ବୋଲି କହିଛନ୍ତି କଟକ ଏଡିଏମ୍ ବିଜୟ କୁମାର ଖଣ୍ଡାୟତରାୟ । କୋଭିଡ୍ ସଂକ୍ରମଣକୁ ଆଖିରେ ଆଗରେ ରଖି ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି  ।କୋଭିଡ କଟକଣା ମଧ୍ୟରେ ପଡିଆରେ ଛୋଟ ମେଳା କରାଗଲେ ବିଭିନ୍ନ ବ୍ୟବସାୟୀ ମାନେ ଲାଭବାନ ହୋଇପାରିବେ .. . .

 

Leave A Reply

Your email address will not be published.