Latest Odisha News

BREAKING NEWS

ଚାଲିଗଲେ ଦନ୍ତା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର: ଚାଲିଯାଇଛନ୍ତି ହାତୀ । ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିଖରଚଣ୍ଡୀ ପୀଠ । ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ । ମା’ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଛି ଅନୁମତି ।

ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ୨ଟି ଦନ୍ତା ହାତୀ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା । ତେବେ ହାତୀ ବୁଲୁଥିବାରୁ ଅଘଟଣ ହେବାର ସମ୍ଭାବନା ମଧ୍ୟ ରହିଥିଲା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ଏହି ପୀଠକୁ ବନ୍ଦ ରଖିବାକୁ ପଦକ୍ଷେପ ନେଇଥିଲା ।

ଲୋକଙ୍କ ସୁରକ୍ଷା ନେଇ ଇନ୍‌ଫୋସିଟି ଥାନାକୁ ଅବଗତ କରିଥିଲା ବନ ବିଭାଗ । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଥିଲା ଶିଖରଚଣ୍ଡୀ ପୀଠ । ନାଇଟ୍ ଅପରେସନରେ ବନ ବିଭାଗ ଦନ୍ତା ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛି ।

Leave A Reply

Your email address will not be published.