ଦୁବାଇ: ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ କ୍ୱାଲିଫାୟାରରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଟିକେଟ ହାତେଇଛି ଦିଲ୍ଲୀ । ଏହି ବିଜୟ ପଛରେ ରହିଛି ଶିଖର ଧଓ୍ୱନଙ୍କ ବଡ଼ ଭାଗିଦାରୀ । ଏହି ମ୍ୟାଚରେ ସେ କରିଥିଲେ ୫୦ ବଲରେ ୩୮ ରନ୍ ।
ରୋହିତଙ୍କୁ ଟପିଲେ ଶିଖର
ଅର୍ଦ୍ଧଶତକୀୟ ଇନିଂସ ସହ ଆଇପିଏଲରେ ରୋହିତ ଶର୍ମାଙ୍କୁ ପଛରେ ଛାଡ଼ିଛନ୍ତି ଶିଖର ଧଓ୍ୱନ । ରୋହିତଙ୍କୁ କାଟି ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ୍ ଗେଟର ହୋଇଛନ୍ତି । ଆଇପପିଏଲର ୧୩ଟି ସିଜିନରରେ ୧୭୫ଟି ମ୍ୟାଚ ଖେଳିଛନ୍ତି ଧଓ୍ୱନ । ହାସଲ କରିଛନ୍ତି ୫ ହଜାର ୧୮୨ ରନ୍ । ପ୍ରଥମ ଖେଳାଳି ଭାବରେ ଲତାଗାର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି ଧଓ୍ୱନ ।
୪୧ଟି ଅର୍ଦ୍ଧଶତକର ଅଧିକାରୀ ଧଓ୍ୱନ
ଶିଖର ଧଓ୍ୱନ ଆଇପିଏଲରେ ୪୧ଟି ଅର୍ଦ୍ଧଶତକ ମାରିଛନ୍ତି । ୨୦୧୬ରେ ଚାମ୍ପିଅନ୍ ସନ୍ ରାଇଜର୍ସ ହାଇଦ୍ରାବାଦ ଟିମର ସଦସ୍ୟ ଥିଲେ ଶିଖର । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ଖେଳାଳି ଭାବରେ ଶିଖର ଧଓ୍ୱନ ଆଇପିଏଲର ଗୋଟିଏ ସିଜିନରେ ୬୦୦ ରନ୍ କରିଛନ୍ତି ।
ଟପରେ ବିରାଟ କୋହଲି
ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ବିରାଟ କୋହଲି (୧୯୨ ମ୍ୟାଚରେ ୫୮୭୮ ରନ୍ ) । ଦ୍ୱିତୀୟ ସ୍ଥାନରେ ସୁରେଶ ରୈନା (୧୯୨ ମ୍ୟାଚରେ ୫୩୬୮ ରନ୍) ଅଛନ୍ତି । ଡେଭିଡ୍ ଓ୍ୱାର୍ଣ୍ଣର (୧୪୨ ମ୍ୟାଚରୁ ୫୨୫୪ ରନ୍) ତୃତୀୟ ସ୍ଥାନରେ ରହିଛନ୍ତି ।
BREAKING NEWS
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
Comments are closed.