ଦୁବାଇ: ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ କ୍ୱାଲିଫାୟାରରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଟିକେଟ ହାତେଇଛି ଦିଲ୍ଲୀ । ଏହି ବିଜୟ ପଛରେ ରହିଛି ଶିଖର ଧଓ୍ୱନଙ୍କ ବଡ଼ ଭାଗିଦାରୀ । ଏହି ମ୍ୟାଚରେ ସେ କରିଥିଲେ ୫୦ ବଲରେ ୩୮ ରନ୍ ।
ରୋହିତଙ୍କୁ ଟପିଲେ ଶିଖର
ଅର୍ଦ୍ଧଶତକୀୟ ଇନିଂସ ସହ ଆଇପିଏଲରେ ରୋହିତ ଶର୍ମାଙ୍କୁ ପଛରେ ଛାଡ଼ିଛନ୍ତି ଶିଖର ଧଓ୍ୱନ । ରୋହିତଙ୍କୁ କାଟି ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ୍ ଗେଟର ହୋଇଛନ୍ତି । ଆଇପପିଏଲର ୧୩ଟି ସିଜିନରରେ ୧୭୫ଟି ମ୍ୟାଚ ଖେଳିଛନ୍ତି ଧଓ୍ୱନ । ହାସଲ କରିଛନ୍ତି ୫ ହଜାର ୧୮୨ ରନ୍ । ପ୍ରଥମ ଖେଳାଳି ଭାବରେ ଲତାଗାର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି ଧଓ୍ୱନ ।
୪୧ଟି ଅର୍ଦ୍ଧଶତକର ଅଧିକାରୀ ଧଓ୍ୱନ
ଶିଖର ଧଓ୍ୱନ ଆଇପିଏଲରେ ୪୧ଟି ଅର୍ଦ୍ଧଶତକ ମାରିଛନ୍ତି । ୨୦୧୬ରେ ଚାମ୍ପିଅନ୍ ସନ୍ ରାଇଜର୍ସ ହାଇଦ୍ରାବାଦ ଟିମର ସଦସ୍ୟ ଥିଲେ ଶିଖର । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ଖେଳାଳି ଭାବରେ ଶିଖର ଧଓ୍ୱନ ଆଇପିଏଲର ଗୋଟିଏ ସିଜିନରେ ୬୦୦ ରନ୍ କରିଛନ୍ତି ।
ଟପରେ ବିରାଟ କୋହଲି
ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ବିରାଟ କୋହଲି (୧୯୨ ମ୍ୟାଚରେ ୫୮୭୮ ରନ୍ ) । ଦ୍ୱିତୀୟ ସ୍ଥାନରେ ସୁରେଶ ରୈନା (୧୯୨ ମ୍ୟାଚରେ ୫୩୬୮ ରନ୍) ଅଛନ୍ତି । ଡେଭିଡ୍ ଓ୍ୱାର୍ଣ୍ଣର (୧୪୨ ମ୍ୟାଚରୁ ୫୨୫୪ ରନ୍) ତୃତୀୟ ସ୍ଥାନରେ ରହିଛନ୍ତି ।
BREAKING NEWS
- Iran’s new supreme leader: ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ପ୍ରଥମ ବୟାନ: ‘ହୋର୍ମୁଜ୍ ବନ୍ଦ ରହିବ,ପ୍ରତିଟି ମୃତ୍ୟୁର ପ୍ରତିଶୋଧ ନେବୁ’
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଯାବତ୍ ପ୍ରାଣ ହରାଇଛନ୍ତି ୩ ଭାରତୀୟ, ଜଣେ ନିଖୋଜ: ବୈଦେଶିକ ମନ୍ତ୍ରାଳୟ
- ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍
- ଯୁବରାଜଙ୍କଠାରୁ ପାୱାର ହିଟିଂ ଶିଖୁଛନ୍ତି ରିଷଭ ପନ୍ତ
- ବିଜେପି ନେତାଙ୍କ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି: ବିଜେଡି
- Damage Gas Pipeline: ପାକିସ୍ତାନକୁ ବଡ ଝଟକା; ତେଲ ସଙ୍କଟ ବେଳେ ଗ୍ୟାସ ପାଇପଲାଇନକୁ ଉଡ଼ାଇ ଦେଲେ…
- ଆଇପିଏଲ ୨୦୨୬: ଅଭ୍ୟାସ ସେଶନ ନେଇ ଗାଇଡଲାଇନ ଜାରୀ କଲା ବିସିସିଆଇ
- Bomb Threat: ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ, ପୋଲିସ ଯାଞ୍ଚ ପରେ…
- ଟିମ ଇଣ୍ଡିଆ ଏକକାଳୀନ ଖେଳିବ ୨ଟି ସିରିଜ, ଚୟନ ହେବେ ୩୦ ଖେଳାଳି
- Ganja Seized: ୧୧୧ କେଜିର ଗଞ୍ଜେଇ ଜବତ, ୫ ଜଣ ଗିରଫ
Comments are closed.