ଭୁବନେଶ୍ୱର: କେନ୍ଦ୍ରର କୃଷି ଆଇନ୍କୁ ଜୋରଦାର ବିରୋଧ । ଭୁବନେଶ୍ୱରରେ ଆୟୋଜିତ ହୋଇଛି କଂଗ୍ରେସର କ୍ଷେତି ବଂଚାଅ ଯାତ୍ରା । ଏହି ଯାତ୍ରାରେ କଂଗ୍ରେସର ନେତା ଓ କର୍ମୀମାନେ ଟ୍ରାକ୍ଟର ରାଲି କରିଛନ୍ତି । ଏହି ରାଲି ରାଜ୍ୟ କଂଗ୍ରେସ ଭବନ ଅଫିସରୁ ବାହାରି କଟକର କଂଗ୍ରେସ ଅଫିସରେ ପଂହଚିବ ।
ଏଥିରେ ଓଡିଶା ପ୍ରଭାରୀ ଚେଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ନେତୃବୃନ୍ଦ ଯୋଗଦେଇଛନ୍ତି । ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କ୍ଷେତି ବଂଚାଅ ଆନ୍ଦୋଳନ କରିଥିଲେ । ଏହାକୁ ଜାରି ରଖିବା ପାଇଁ ଏଆଇସିସି ନିର୍ଦ୍ଦେଶରେ ଏହି ରାଲିର ଆୟୋଜନ କରାଯାଇଛି ।
Comments are closed.