Latest Odisha News

BREAKING NEWS

ଲଣ୍ଡନରେ ଜନ୍ମ ଦିନ ପାଳିବେ ଶିଳ୍ପା

ମୁମ୍ବାଇ: ଲଣ୍ଡନରେ ଜନ୍ମଦିନ ପାଳିବେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟି । ଏନେଇ ଏବେ ସେ ପୁରା ପରିବାର ସହ ଲଣ୍ଡନରେ ଅଛନ୍ତି । ଦୀର୍ଘ ସମୟ ପରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପିଲା ଭିଆନ ଏବଂ ସମିଶାଙ୍କ ସହ ସମୟ କାଟୁଛନ୍ତି । ନିଜ ଜନ୍ମଦିନ କିପରି ପାଳନ କରିବେ ସେ ନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଶିଳ୍ପା ।

ଶିଳ୍ପା କହିଛନ୍ତି ଯେ, ମୋ ପରିବାରକୁ ସମୟ ଦେବାକୁ ମୁଁ ଅଧିକ ପସନ୍ଦ କରେ । ସୁଟିଂରୁ ଟିକେ ସମୟ ପାଇଲେ ମୁଁ ମୋ ପରିବାର ସହ ରୁହେ । ଲଣ୍ଡନ ହେଉଛି ମୋର ଦ୍ୱିତୀୟ ଘର । ଏଠାକୁ ଆସିଲେ ମୁଁ ଓ ମୋର ପିଲାମାନେ ବହୁତ ଖୁସି ହୁଅନ୍ତି । ପିଲାମାନଙ୍କୁ ନେଇ ବାହାରକୁ ଯିବା ଓ ପାର୍କରେ ଖେଳିବାକୁ ନେବା ମୋତେ ଭଲ ଲାଗେ । ମୁଁ କୌଣସି ପାର୍ଟିକୁ ଯିବାକୁ ପସନ୍ଦ କରେ ନାହିଁ । ଲୋକମାନେ ଜାଣିଛନ୍ତି । ମୁଁ କିଛି ବର୍ଷ ହେଲା ପାର୍ଟିକୁ ଯିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ସେହି ସମୟ ମୁଁ ମୋ ପିଲାମାନଙ୍କ ସହିତ ଆରାମ କରେ, ସେମାନଙ୍କୁ ଗପ ବହି ପଢି ଶୁଣାଇଥାଏ । ଏଥର ମୁଁ ଏଠାରେ ହିଁ ଜନ୍ମ ଦିନ ପାଳିବି । କେବଳ ମୋ ପରିବାର ସହ । ଏହା ଏକ ସାଧାରଣ ପାର୍ଟି ହେବ ।

Leave A Reply

Your email address will not be published.