Latest Odisha News

BREAKING NEWS

ବର୍ଷାରେ ବେହାଲ ସ୍ଥିତି, ଗୋଦାବରୀରେ ବଢୁଛି ଜଳ ସ୍ତର

ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ବର୍ଷା ଯୋଗୁ ଚାରିଆଡେ ପାଣି ଜମି ରହିଛି । ଘର ଦ୍ୱାରରେ ମଧ୍ୟ ପାଣି ପଶିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନାସିକରେ ପ୍ରବଳ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି ଲୋକେ। ଘର ଦ୍ୱାରରେ ପାଣି ପଶି ଯାଇଥିବା ବେଳେ ପାଣି ଘେରରେ ବହୁ ଲୋକ ରହିଛନ୍ତି।

ଗମନା ଗମନ ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି । ସେପଟେ ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀରେ ଜଳସ୍ତର ବଢିଚାଲିଥିବା ବେଳେ ସେଠାରେ ଥିବା ତଳି ଅଞ୍ଚଳରେ ମଧ୍ୟ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।

କିଛି ସ୍ଥାନରେ ପାଣି ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମୁସ୍କିଲ ହୋଇପଡିଛି। ମନ୍ଦିର ପରିସରରେ ଥିବା ରାମକୁଣ୍ଡରେ ମଧ୍ୟ ପାଣି ପଶିଯାଇଛି। ମନ୍ଦିର ଭିତରେ ବର୍ଷା ପାଣି ଜମି ରହିଛି।

Leave A Reply

Your email address will not be published.