Latest Odisha News

BREAKING NEWS

ବିବାହ ବାର୍ଷିକୀ ଅବସରରେ ନିଆରା ଢଙ୍ଗରେ ରାଜ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ମାମଲା ସାମ୍‌ନାକୁ ଆସିବା ପରେ ଶିଳ୍ପା ଓ ରାଜ୍‌ଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ଶିଳ୍ପା ଉଭୟଙ୍କ ବିବାହ ବାର୍ଷିକୀ ଅବସରରେ ଏକ ପ୍ରେମ ବାର୍ତ୍ତା ପୋଷ୍ଟ କରି ଏହି ଗୁଜବରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି।

ଶିଳ୍ପା ଓ ରାଜ୍‌ଙ୍କ ବିବାହକୁ ୧୨ ବର୍ଷ ପୂରିଛି। ଏହି ଅବସରରେ ଶିଳ୍ପା ତାଙ୍କ ବିବାହର ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏହାସହିତ ସେ ଏକ ସୁନ୍ଦର ନୋଟ୍‌ ମଧ୍ୟ ଲେଖିଛନ୍ତି। କଷ୍ଟ ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ସେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଶିଳ୍ପା ଲେଖିଛନ୍ତି ଯେ, ୧୨ ବର୍ଷ ପୂର୍ବେ ଏହି ସମୟରେ, ଆମେ ଭଲ ଏବଂ ଖରାପ ସମୟରେ ସମର୍ଥନ, ପ୍ରେମ, ବିଶ୍ବାସ କରିବା ଜାରି ରଖିବା ପାଇଁ ପ୍ରତିଜ୍ଞା କରିଥିଲୁ। ଏହାଭିତରେ ୧୨ ବର୍ଷ ବିତିଗଲାଣି, ହାପି ମ୍ୟାରେଜ ଆନିଭର୍ସରି କୁକି (ରାଜ କୁନ୍ଦ୍ରା)। ଆମର ଭଲ ଏବଂ ଖରାପ ସମୟରେ ଆମ ପାଖରେ ଠିଆ ହୋଇଥିବା ଆମର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ହୃଦୟରୁ ଧନ୍ୟବାଦ।

Leave A Reply

Your email address will not be published.