ହାତୀ ଆତଙ୍କ: ଫସଲ ନଷ୍ଟ ସହ ଭାଙ୍ଗିଲେ ୭ଘର

ସୁବର୍ଣ୍ଣପୁର: ବଢ଼ୁଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ୩୪ଟିକିଆ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏହାସହ ଗାଁର ୭ଟି ଘର ଭାଙ୍ଗି ଦେବା ସହ ବ୍ୟାପକ ଚାଉଳ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି ।

ବାରପାହାଡ଼ ଜଙ୍ଗଲରୁ ହାତୀ ପଲ ଆସି ଆତଙ୍କ ଖେଳାଇଛନ୍ତି । ଏବେ ମଧ୍ୟ ହାତୀ ପଲ ଗାଁ ଜଙ୍ଗଲରେ ରହିଛନ୍ତି । ଫଳରେ ଗାଁଲୋକେ ଭୟବୀତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ଗାଁରେ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।