Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଧସିଗଲା ଶିବ ମନ୍ଦିର; ୯ ଶବ ଉଦ୍ଧାର, ୫୦ ଭକ୍ତ ଫସି ରହିଥିବା ଆଶଙ୍କା

ଶିମଳା: ହିମାଚଳ ପ୍ରଦେଶରୁ ପୁଣି ଆସିଲା ଦୁଃଖଦ ଖବର । ବାଦଲଫଟା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ନଦୀକୂଳ, ଭୂସ୍ଖଳନ ହେଉଥିବା ଜାଗାକୁ ନ ଯିବା ଲାଗି କୁହାଯାଇଛି । ଏହାସତ୍ତ୍ୱେ ଭୂସ୍ଖଳନ ଘଟି ଏକ ଶିବମନ୍ଦିର ଧସି ଯାଇଛି । ଆଜି ଶ୍ରାବଣ ସୋମବାର ଥିବାରୁ ମନ୍ଦିର ଭିତରେ ୫୦ରୁ ଅଧିକ ଭକ୍ତ ଥିଲେ । ସମସ୍ତ ଭକ୍ତ ମନ୍ଦିର ଭିତରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଇତିମଧ୍ୟରେ ୯ ଶବ ଉଦ୍ଧାର କରାଯାଇ ସାରିଲାଣି । ଅନ୍ୟ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶିମଳାର ସମରହିଲ ଅଞ୍ଚଳରେ ଏହି ବିତ୍ପାତ ଘଟିଛି ।  ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଟୁଇଟ କରି ଏହି ଦୁଃଖଦ ଖବର ସାମ୍ନାକୁ ଆଣିଛନ୍ତି । ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳଖ ହୋଇ ମନ୍ଦିର ଧସି ଯାଇଛି । ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶରେ ଧ୍ୱଂସସ୍ତୁପ ତଳୁ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ଲାଗି ପଡିଛନ୍ତି ।

ସୂଚନାଥାଉ କି,  ହିମାଚଳ ଏବଂ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ୧୫ ଅଗଷ୍ଟ ପର୍ଯ୍ୟନ୍ତ  ଲାଗି ରହିବା ସମ୍ଭାବନା ରହିଛି । ଇତିମଧ୍ୟରେ ହିମାଚଳ ପ୍ରଦେଶର ସୋଲନର ଧାୟବଲା ଗାଁରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ୬ ଜଣଙ୍କୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଥିଲା । ବର୍ଷାକୁ ଦେଖି ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କହିବା ଅନୁଯାୟୀ, ପ୍ରବଳ ବର୍ଷା ହେଉଥିବାରୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଛି  ।

Comments are closed.