Latest Odisha News

ମହାରାଷ୍ଟ୍ର ରାଜନୈତିକ ଅସ୍ଥିରତା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ:ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚାଲିଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀ । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଉପ ବାଚସ୍ପତି ପଠାଇଥିବା ଅଯୋଗ୍ୟ ନୋଟିସକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେହିପରି ସିନ୍ଦେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା କରାଯିବା ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି । ସୋମବାର ସୁପ୍ରିମକୋର୍ଟ ଏ ସମ୍ପର୍କରେ ଶୁଣାଣୀ କରିବେ । ଶିବସେନା ୧୬ ବିଦ୍ରୋହୀଙ୍କ ୨୭ ତାରିଖ ସୁଦ୍ଧା ଉତର ରଖିବାକୁ ନିର୍ଦ୍ଦେଶ ଦେଇଛି । ମହାରାଷ୍ଟ୍ର ରାଜନୈତିକ ଅସ୍ଥିରତାର ଅନ୍ୟ ଘଟଣା ଗୁଡିକ ହେଲା-

  • ଊଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କୁ ଫୋନ କରି ମନାଇବା ପାଇଁ ଅନୁରୋଧ କରିଛନ୍ତି: ରିପୋର୍ଟ
  • ଏନସିପି ସୁପ୍ରିମୋ ଶରଦ ପାୱାର ଦିଲ୍ଲୀ ପଂହଚିଛନ୍ତିି ।
  • ଗୋଆର ରାଡିଶନ ବ୍ଲୁ ୩୦ ତାରିଖ ପର୍ଯ୍ୟନ୍ତ ବୁକ ହେଲା ।
  • ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ ସିନ୍ଦେ ଗ୍ରୁପରେ ଯୋଗ ଦେବା ପାଇଁ ଗୌହାଟୀରେ ପଂହଚିଲେ ।
  • ୧୫ ବିଦ୍ରେୀହୀ ବିଧାୟକଙ୍କୁ ସିଆରପିଏଫ ସୁରକ୍ଷ ।
  • ଶିନ୍ଦେଙ୍କ ପୋଷ୍ଟରରୁ ହଟିଲା ବାଲା ସାହେବ ଠାକରେଙ୍କ ଫଟୋ ।
  • ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ: ଗୌହାଟୀରେ ୪୦ ଶବ ମୁମ୍ବାଇ ଆସିବ । ତାଙ୍କ ଶବ ପୋଷ୍ଟମର୍ଟମ ପାଇଁ ବିଧାନସଭା ପଠାଇବୁ । ଏହି ବୟାନକୁ ନିନ୍ଦା କଲେ ଏନସିପି ମୁଖ୍ୟ ଶରଦ ପାୱାର ।
  • ଏମଭିଏ ସହ ଆମେ ରହିବାକୁ ଚାହୁଁ ନାହୁଁ ବୋଲି କହିଲେ ବିଦ୍ରେୀହୀ ବିଧାୟକ ଦୀପକ କେସରକର ।

Comments are closed.