Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  1. ଚାଷୀଙ୍କୁ ମିଳିବ ସରକାରୀ ଜମିର ମାଲିକାନା । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଦାରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତି ଗ୍ରହଣ କରିବାକୁ କୋର୍ଟ କହିଛନ୍ତି ।
  2. ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀଦଳ ନେତା । ଏ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । କୁସୁମ କହିଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଯୋଗୁଁ ବିଧାନସଭାରେ ବିଜେପି ବିଧାୟକମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ମିଳୁନି । ଏଣୁ ତାଙ୍କୁ ବଦଳାଇବା ଲାଗି ଓଡ଼ିଶାର ବିଜେପି ବିଧାୟକମାନେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ।
  3. ଦୋଛକିରେ ରାଜ୍ୟ କଂଗ୍ରେସ । ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ କଂଗ୍ରେସ ? ଗତକାଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆଙ୍କ ଚିଠି ଲେଖିବେ ବୋଲି କହିଥିଲେ । ମନ୍ତବ୍ୟ ପରେ ଚାପ ପଡ଼ିବାରୁ ସୁର ନିଷ୍ପତ୍ତି ବଦଳାଇ ଛନ୍ତି । ଦଳର ନିଷ୍ପତ୍ତିକୁ ମାନି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ସୁର ।
  4. ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଆଲୋକିତ ହୋଇଛି । ମୁର୍ମୁଙ୍କ ବାପ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ଗାଁରେ । ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗାଁରେ ବିଦ୍ୟୁତ୍ ନଥିବା ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ବିଦ୍ୟୁତ୍ ବିଭାଗ ତତ୍ପରତା ପ୍ରକାଶ କରି ବିଦ୍ୟୁତ୍ ଯୋଗାଇ ଦେଇଛି ।
  5. ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧ ଲାଗି ରହିଛି । ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ଏକନାଥ ସିନ୍ଦେଙ୍କ କ୍ୟାମ୍ପର ୧୫ ସମର୍ଥକଙ୍କୁ ‘ୱାଇପ୍ଲସ୍‌’ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ରହିବେ ‘ସିଆର୍‌ପିଏଫ୍‌’ ଯବାନ ।
  6. ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ପ୍ରାଥମିକ ତଦନ୍ତରୁ ରାଇମୋହନ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ବି କାରଣ କଣ ? ତିନି ଦିନ ପରେ ବି ଏହା ଉପରୁ ପରଦା ହଟିନି । ମାମଲାର ତଦନ୍ତ କରୁଥିବା କମିଶନରେଟ୍ ପୋଲିସ୍ ରାଇମୋହନଙ୍କ ମାମଲାରେ ଆତ୍ମହତ୍ୟା ଓ ହତ୍ୟା, ଏହି ଦୁଇଟି ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ।
  7. ବିବାଦରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା । ଫେବ୍ରୁଆରୀ ମାସରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳର ଏକ ଫ୍ଲାଟରୁ ଆନନ୍ଦ ଟୋପ୍ପୋଙ୍କଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ସେହି ସମୟରେ ମୃତ ଯୁବକଙ୍କ ସହ ବୀରେନ୍ଦ୍ର ଲାକ୍ରା ଓ ମନଜୀତ ଥିବା ଅଭିଯୋଗ ହୋଇଥିଲା । ଏବେ ଲାକ୍ରା ପୋଲିସ ଡିଏସପି ଭାବେ ନିଯୁକ୍ତି ପାଇଥିବାରୁ ତଦନ୍ତ ପ୍ରଭାବିତ ହେବା ପରିବାର ଲୋକ ଆଶଙ୍କା କରିଛନ୍ତି ।
  8. ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା । ସେଠାରୁ ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ସହ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି ।
  9. ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜରେ ଦନ୍ତାର କଙ୍କାଳ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, କାର୍ଯ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର ସହଦେବ ସୋରେନ ଓ ଅନୁପମା ସାହୁଙ୍କୁ ନିଲମ୍ବନ କରାଯାଇଛି ।
  10. ତ୍ରିପୁରା ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି । ୪ ଆସନରୁ ୩ଟିରେ ବିଜୟୀ ହୋଇଛି ଗେରୁଆ ଦଳ । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ବରଦୋୱାଲୀ ଆସନରୁ ୬,୧୦୪ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି କଂଗ୍ରେସର ସୁଦୀପର ବର୍ମନ ମଧ୍ୟ ଅଗରତାଲା ଆସନରୁ ୩,୧୬୩ ଭୋଟରେ ବିଜୀୟ ହୋଇଛନ୍ତି ।
  11. ପୋଲିସ ଚାକିରିରୁ ଇସ୍ତଫା ଦେଲେ ଓଡ଼ିଆ ଆଇପିଏସ୍ ଅଫିସର ବସନ୍ତ ରଥ । ୨୦୨୦ରେ ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଥିଲା । ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।
  12. ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍‌ରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା କଥା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏମିତି ଏକ ଯାତ୍ରା ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ସାରା ବିଶ୍ୱର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିବାକୁ ପ୍ରୟାସ କରିଥାନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ସୁଯୋଗ ମିଳିଥିଲା ବୋଲି ସେ ମନ୍‌ କି ବାତ୍‌ରେ କହିଛନ୍ତି ।
  13. ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ଆଜି ୩ ରଥରେ କଳସ ସହ ଓଲଟଶୁଆ ସ୍ଥାପନ କରିଛନ୍ତି । ରଥ ଉପରେ ବିଶ୍ଵକର୍ମାମାନେ ସିଂହାସନ କାମ ଜାରି ରଖିଥିବା ବେଳେ ଏଥିରେ ପଟ୍ଟା ବାଡ଼ିଆ ଯାଇ ବୁଜା ଯାଉଛି । ସେହିପରି ରୂପକାରମାନେ ପ୍ରଭାରେ କିର୍ତ୍ତିମୁଖ ଓ ଉଭୟ ପାଖରେ ମଗରମୁଣ୍ଡ କରୁଛନ୍ତି ।
  14. ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
  15. ଆଜି ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-ଟ୍ୱେଣ୍ଟି ଦଳ ଗତ ୨ ଦିନ ହେଲା ଅଭ୍ୟାସ ଜାରି ରଖିଛି । ଭିଭିଏସ୍‌ ଲକ୍ଷ୍ମଣ ଦଳର କୋଚ୍‌ ଦାୟିତ୍ୱରେ ରହିଛନ୍ତି । ଘରୋଇ ଦଳ ବିପକ୍ଷରେ କ୍ଲିନ୍‌ ସୁଇପ ଲକ୍ଷ୍ୟ ରଖିଥିବା ଭାରତ ପାଇଁ ପ୍ରଥମ ମୁକାବିଲା ପୂର୍ବରୁ ଏକାଦଶ ଚୟନ ନେଇ ସମସ୍ୟା ଦେଖା ଦେଇଛି ।

Leave A Reply

Your email address will not be published.