Latest Odisha News

BREAKING NEWS

ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକ ଖୁଲାସା ହୋଇଛି । ପାକିସ୍ତାନରୁ ଗୌତମଙ୍କ ପାଖକୁ ମେଲ୍ ଜରିଆରେ ଧମକ ଆସିଛି ବୋଲି ଜଣାପଡିଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଆଇଏସ୍ଆଇଏସ୍ କାଶ୍ମୀର ତାଙ୍କୁ ଜୀବନରୁ ମାରିଦେବାକୁ ହତ୍ୟାଧମକ ଦେଇଥିଲେ ବୋଲି ଗୌତମ ଦିଲ୍ଲୀ ପୋଲିସ ଥାନାରେ ଅଭିଯୋଗ କରିଥିଲେ ।

ଏହି ଧମକ ପୂର୍ଣ୍ଣ ମେଲ ଯେଉଁ ସିଷ୍ଟମରୁ ପଠାଯାଇଥିଲା । ତାହାର ଆଇପି ଆଡ୍ରେସ ପାକିସ୍ତାନର ବୋଲି ଜଣାପଡିଛି । ଏନେଇ ତଦନ୍ତ ଚାଲିଛି ବୋଲି ଡିସିପି ଶ୍ୱେତା ଚୌହାନ କହିଛନ୍ତି । ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସ ଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.