ନୂଆଦିଲ୍ଲୀ: ବିଜେପିକୁ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏ ମେଣ୍ଟରୁ ଅଲଗା ହେଲା ଶିରୋମଣି ଅକାଳୀ ଦଳ । କାଟି ଦେଲା ୨୨ ବର୍ଷର ସମ୍ପର୍କ । ଏନେଇ ଶିରୋମଣି ଅକାଳୀ ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ଶିରୋମଣି ଅକାଳୀ ଦଳ କହିଛି, ଚାଷୀଙ୍କ ଉତ୍ପାଦର ମାର୍କେଟିଂ ସୁନିଶ୍ଚିତ କରିବା ପାଇଁ ଏମଏସପି ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ବୈଧାନିକ ଗ୍ୟାରେଣ୍ଟି ଦେବାକୁ ମନା କରି ଦେଇଛନ୍ତି । ଏହି କାରଣରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ଦଳ ନିଷ୍ପତ୍ତି ନେଲା । ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂହ ବାଦଲ ଦଳର କୋର କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ଘୋଷଣା କରିଥିଲେ ।
Shiromani Akali Dal core committee decides unanimously to pull out of the BJP-led #NDA because of the Centre’s stubborn refusal to give statutory legislative guarantees to protect assured marketing of crops on #MSP and its continued insensitivity to Punjabi and #Sikh issues. pic.twitter.com/WZGy7EmfFj
— Sukhbir Singh Badal (@officeofssbadal) September 26, 2020
କେନ୍ଦ୍ରରେ ମୋଦି ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ଆସୁଛି ଶିରୋମଣି ଅକାଳୀ ଦଳ । ବିରୋଧ ପ୍ରଦର୍ଶନ ଭିତରେ ଅକାଳୀ ଦଳ ନେତା ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ଏନଡିଏ ମେଣ୍ଟକୁ ସମର୍ଥନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା ।
Comments are closed.